Latest Odisha News

ଚୀନରେ ମୁସଲିମଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗ:  ମୁସଲିମ ଦେଶ ବି ଚୀନ ବିରୋଧରେ ଦେଲେନି ଭୋଟ୍

ନୂଆଦିଲ୍ଲୀ: ଚୀନରେ ମୁସଲିମଙ୍କ ଉପରେ ଅତ୍ୟାଚାର ହେଉଥିବା ଅଭିଯୋଗ ହେଉଥିବା ବେଳେ ଏହା ଉପରେ ବିତର୍କ ପାଇଁ ଆସିଥିବା ପ୍ରସ୍ତାବ ମିଳିତ ଜାତିସଂଘରେ କାଟ ଖାଇଯାଇଛି । ଭାରତ ଏହି ଭୋଟିଂରୁ ଦୂରେଇ ରହିଥିବାରୁ ଏହାକୁ ନେଇ ଭାରତରେ ମଧ୍ୟ ଚର୍ଚା ଜୋରଧରିଛି । ଭାରତ ଚୀନ ବିରୋଧରେ ଭୋଟ ଦେବା ଉଚିତ ବୋଲି ବିରୋଧୀମାନେ କହୁଛନ୍ତି । ସରକାର ଏବଂ ବିରୋଧୀ ଏହାକୁ ନେଇ ତୁ ତୁ ମେ ମେ ଆରମ୍ଭ ହୋଇଥିବା ବେଳେ ଏହି ପ୍ରସ୍ତାବକୁ ଅଧିକାଂଶ ମୁସଲିମ ଦେଶ ମଧ୍ୟ ବିରୋଧ କରିଥିବା ଜଣାପଡିଛି ।

ତେବେ ବଡ଼ କଥା ହେଉଛି ଚୀନ ବିରୋଧରେ ଆସିଥିବା ଏହି ପ୍ରସ୍ତାବକୁ ଅଧିକାଂଶ ମୁସଲିମ ଦେଶ ସମର୍ଥନ କରିନାହାଁନ୍ତି । ଏପରିକି ମଳିତ ଜାତିସଂଘରେ ଚୀନ ବିରୋଧରେ ଭୋଟିଂ କରିନାହାଁନ୍ତି । ଏପରିକି ମୁସଲିମ ଦେଶମାନଙ୍କ ସଂଗଠନ ଅର୍ଗାନାଇଜେସନ ଅଫ ଇସଲାମିକ କୋ ଅପରେସନ (ଓଆଇସି) ର ୧୭ଟି ଦେଶରୁ ୧୧ଟି ଦେଶ ଚୀନକୁ ମିଳିତ ଜାତିସଂଘରେ ସମର୍ଥନ କରିଛନ୍ତି ।

 ମିଳିତ ଜାତିସଂଘର ମାନବ ଅଧିକାର ପରିଷଦରେ ଚୀନ୍‌ର ଜିନଜିଆଙ୍ଗ ପ୍ରଦେଶରେ ମୁସଲିମଙ୍କ ମାନବିକ ଅଧିକାର ହନନ ହେଉଥିବା ଉପରେ ଚର୍ଚ୍ଚା ପ୍ରସ୍ତାବ ପଶ୍ଚିମ ଦେଶଗୁଡିକ ଆଣିଥିଲେ ।  ଏହି ପ୍ରସ୍ତାବ ଉପରେ ଚର୍ଚ୍ଚା ପାଇଁ ଯେଉଁଠି ୧୭ଟି ଦେଶ ସହମତି ପ୍ରକାଶ କରିଥିଲେ, ସେଭଳି ୧୯ଟି ଦେଶ ଏହା ଉପରେ ଚର୍ଚା ପାଇଁ ବିରୋଧ କରିଥିଲେ ।

ବିଶେଷ କରି ପାକିସ୍ତାନ, କାତାର, ସେନେଗାଲ, ସୁଦାନ, ୟୁଏଇ, ଉଜବେକିସ୍ତାନ, କ୍ୟୁବା, ଗାବନ୍, ଇଣ୍ଡୋନେସିଆ, କାଜାଖସ୍ତାନ, ​ମୋରିଶିୟାନା, ନାମ୍ବିଆ, ନେପାଳ ପ୍ରସ୍ତାବ ବିପକ୍ଷରେ ଭୋଟ ଦେଇ ଚୀନକୁ ସମର୍ଥନ କରିଥିଲେ । ଯେଉଁ ଦେଶମାନେ ଭାରତକୁ ଏହି ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଉଥିଲେ। ସେହି ଦେଶମାନେ ଚୀନ ବିରୋଧରେ ଯିବାକୁ ଚାହୁଁନଥିବା ଦେଖାଯାଇଥିଲା ।  ପ୍ରସ୍ତାବ ଆଣିଥିବା ଦେଶମାନେ ଥିଲେ  କାନାଡା, ଡେନମାର୍କ, ଫିନଲାଣ୍ଡ,ଆଇଲାଣ୍ଡ, ନରଓ୍ବେ, ସ୍ବିଡେନ୍‌, ବ୍ରିଟେନ୍ ଓ ଆମେରିକା , ଅଷ୍ଟ୍ରେଲିଆ ଓ ଲିଥୁଆନିଆ ଭଳି ଦେଶ ।

ସମର୍ଥନରେ ଭୋଟ ଦେଇଥିଲେ ଫ୍ରାନ୍ସ, ଜର୍ମାନୀ,  ଜାପାନ, ଲିଥୁଆନିୟା, ଲକ୍ସେମବର୍ଗ, ନେଦରଲ୍ୟାଣ୍ଡ, ପାରାଗୁଏ, ପୋଲାଣ୍ଡ, ରିପବ୍ଲିକ୍ ଅଫ୍ କୋରିଆ, ସୋମାଲିଆ ଆଦି ଦେଶ ।

ଭାରତ ସହିତ ୧୧ଟି ଦେଶ ଯିଏକି ଭୋଟିଂରେ ସାମିଲ ହୋଇନଥିଲେ। ତେଣୁ ଭାରତକୁ ଯେଉଁମାନେ ଦୋଷ ଦେଉଛନ୍ତି ସେମାନେ ଚୀନକୁ ଦୋଷ ଦେଉନଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା ଜୋର ଧରିଛି ।

Comments are closed.