Latest Odisha News

BREAKING NEWS

ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ : ତେଜସ୍ବିନୀ ବେହେରା ଓସିଏସ ଟପ୍ପର

ଟପ୍ ଥ୍ରୀରେ ଛାତ୍ରୀ

ଭୁବନେଶ୍ବର: ପ୍ରକାଶ ପାଇଛି ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ । ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୩୯୨ ଜଣ ଆଶାୟୀ କୃତକାର୍ଯ୍ୟ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ୧୪୮ ଜଣ ଛାତ୍ରୀ ଅଛନ୍ତି ।  ଟପ୍ ଥ୍ରୀରେ ଛାତ୍ରୀ ରହିଛନ୍ତି ।

ଭୁବନେଶ୍ୱରର ୨୪ ବର୍ଷୀୟା ତେଜସ୍ୱିନୀ ବେହେରା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଦିଲ୍ଲୀ ଜେଏନୟୁରୁ ସେ ଅର୍ଥନୀତିରେ ଏମଏ ପାସ୍ କରିଛନ୍ତି ।  ଭୁବନେଶ୍ୱରର ଶୁଭଙ୍କରୀ ସୁଦେଷ୍ଣା ଦାସ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ଜଣେ ଭେଟେନାରୀ ଡାକ୍ତର । ବରଗଡ଼ର ଅନନ୍ୟା ସୃଷ୍ଟି ଶତପଥୀ ତୃତୀୟ ସ୍ଥାନରେ ଅଛନ୍ତି ।

ଦେବବ୍ରତ କର ଚତୁର୍ଥ ସ୍ଥାନ ହାସଲ କରିଥିବା ବେଳେ ଦେବବ୍ରତ ମହାରଣା ପଞ୍ଚମ, ଅଭିସ୍ମିତା ତିଓ୍ୱାରୀ ଷଷ୍ଠ । ଶୁଭଶ୍ରୀ ରଥ ସପ୍ତମ, ଶ୍ରୀତପା ମିଶ୍ର ଅଷ୍ଟମ, ବିବେକାନନ୍ଦ ଷଡ଼ଙ୍ଗୀ ନବମ, ତପତି ରାଜ ଦଶମ ସ୍ଥାନ ହାସଲ କରିଛନ୍ତି । ପଙ୍କଜ କୁମାର ମହାନ୍ତ  ଏକାଦଶ,  ତନ୍ମିତା କର ଦ୍ବାଦଶ, ୧୩ ତମ ସ୍ଥାନରେ ଅଭିଜିତ ଷଡ଼ଙ୍ଗୀ ,୧୪ତମ ସ୍ଥାନରେ ରହିଛନ୍ତି କସ୍ତୁରୀ ପଣ୍ଡା । ୧୫ ତମ ସ୍ଥାନରେ ଅଛନ୍ତି ବିଭୁପ୍ରସାଦ ସିଂହ । ୧୬ ତମ ସ୍ଥାନରେ ଅଛନ୍ତି ବିଶ୍ୱଜିତ ପଣ୍ଡା, ୧୭ ତମ ସ୍ଥାନରେ ଅଛନ୍ତି ହରପ୍ରିୟା ପୃଷ୍ଟି, ୧୮ତମ  ରାମକୃଷ୍ଣ ସତ୍ୟରାଜ ଗୁରୁ ଅଛନ୍ତି, ୧୯ତମ ସ୍ଥାନରେ ଅଣାକାର ନାୟକ ଏବଂ ୨୦ତମ ସ୍ଥାନରେ ଲିତୁସ୍ମିତା ମିଶ୍ର ରହିଛନ୍ତି ।

ଚଷା ପରିବାର ରୁ ଓଡିଶା ପ୍ରଶାସନିକ ସେବାରେ ଦେବେନ୍ଦ୍ର ଙ୍କ ସଫଳତା

ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଟିକରପଡାର ଦେବେନ୍ଦ୍ର ଶବର ଚାଷୀ ପରିବାର ରୁ ଓଡିଶା ପ୍ରଶାସନିକ ସେବା ଯାଏଁ ସଫଳ ଯାତ୍ରା କରିଛନ୍ତି ।  ଦେବେନ୍ଦ୍ର ଙ୍କ ଅକ୍ଳାନ୍ତ ପରିଶ୍ରମ ତାଙ୍କୁ ଏହି ସଫଳତା ଦେଇଛି। ଦେବେନ୍ଦ୍ର ଙ୍କ ପିତା ହାଡୁ ଶବର ଜଣେ ଚାଷୀ। ଆର୍ଥିକ ଅବସ୍ଥା ସେତେଟା ସ୍ୱଚ୍ଛଳ ନଥିଲେ ମଧ୍ୟ ପାଠପଢ଼ା ରେ ତାଙ୍କ ଆଗ୍ରହ ଓ କଠିନ ପରିଶ୍ରମ  ତାଙ୍କୁ ଏ ସଫଳତା ଆଣି ଦେଇଥିବା ସେ କହିଛନ୍ତି ।  କୁଜେନ୍ଦ୍ରୀ ଉଚ୍ଚ ବିଦ୍ୟାଳୟ ରୁ ଭଲ ନମ୍ବର ରେ ଦଶମ ପାସ କରିବା ପରେ ଭୁବନେଶ୍ୱର ବିଜେବି କଲେଜ ରୁ ଯୁକ୍ତ ଦୁଇ ବିଜ୍ଞାନ ଏବଂ ଛତ୍ରପୁର ମହାବିଦ୍ୟାଳୟ ରୁ ବିଜ୍ଞାନ ରେ ସ୍ନାତକ ପାସ କରିଛନ୍ତି।

ପରିବାର ର ଆର୍ଥିକ ସ୍ଵଛଳତା ନିମନ୍ତେ ଓଡିଶା ସରକାରଙ୍କ ରାଜସ୍ୱ ବିଭାଗ ରେ କନିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।ବର୍ତ୍ତମାନ ସେ ପଦ୍ମପୁର ତହସିଲ କାର୍ଯ୍ୟାଳୟରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟରତ ଥାଇ ମଧ୍ୟ ନିଜର ପରିଶ୍ରମ ଓ ଅଧ୍ୟବସାୟ ବଳରେ ଏହି ସଫଳତା ହାସଲ କରିଛନ୍ତି। ଦେବେନ୍ଦ୍ର ଙ୍କ ଏହି ସଫଳତା ତାଙ୍କ ଗାଁ ତଥା ସମଗ୍ର ଜିଲ୍ଲା ପାଇଁ ଗର୍ବ ର ବିଷୟ ହୋଇଛି ।

Comments are closed.