Latest Odisha News

BREAKING NEWS

ଆଉ ତିନି ଦିନ ପରେ ଅଣ୍ଡର-୧୭ ପିଫା ମହିଳା ବିଶ୍ବକପ୍

ଅଭ୍ୟାସ ପଡ଼ିଆ ପ୍ରସ୍ତୁତ, ବିଭିନ୍ନ ଦେଶର ଖେଳାଳି କରୁଛନ୍ତି ଅଭ୍ୟାସ

ଭୁବନେଶ୍ବର: ଫୁଟବଲ୍ ବିଶ୍ବକପ ପାଇଁ ବିଶ୍ୱର ଶ୍ରେଷ୍ଠ ଟିମଗୁଡ଼ିକ ରାଜଧାନୀରେ ପହଁଚିଥିବା ବେଳେ ଭୁବନେଶ୍ବରରେ ଖେଳାଳିଙ୍କ ପ୍ରାକ୍ଟିସ ପାଇଁ ନୂଆ ଷ୍ଟାଡିୟମ ମଧ୍ୟ ପ୍ରସ୍ତୁତି ସରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଟୁଇଟ କରି ଖୁସି ପ୍ରକଟ କରିଛନ୍ତି । ଏହି ବିଶ୍ବସ୍ତରୀୟ ଷ୍ଟାଡିୟମ ଖେଳାଳିଙ୍କୁ ପ୍ରାକ୍ଟିସ କରିବା ପାଇଁ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମସ୍ତ ଟିମ୍ କୁ ଏନେଇ ଶୁଭେଚ୍ଛା ଜଣାଇଛନ୍ତି ।

ଉଦଘାଟନୀ ମ୍ୟାଚ ସହ କଳିଙ୍ଗ ଷ୍ଟାଡିୟମରେ ୬ଟି ମ୍ୟାଚ ଖେଳାଯିବ ଏବଂ  ବାକି ମ୍ୟାଚ ଗୋଆ ଓ ମୁମ୍ବାଇରେ ଖେଳାଯିବ । କଳିଙ୍ଗ ଷ୍ଟାଡ଼ିୟମ ବାହାରେ ଏହି ଅଭ୍ୟାସ ପଡ଼ିଆରେ ବିଭିନ୍ନ ଟିମ ପହଞ୍ଚି ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି ।

ସେପଟେ  ବିଭିନ୍ନ ଓ୍ବାଲରେ ବିଶ୍ବକପ ଥିମ ଥିବା ଆର୍ଟ, ବ୍ୟାନର ଓ ଫ୍ଲେକ୍ସ ସହ ସୁନ୍ଦର ଲାଗୁଛି ଭୁବନେଶ୍ବର । ଚଳିତ ମାସ ୧୧ରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଅଣ୍ଡର-୧୭ ପିଫା ମହିଳା ବିଶ୍ବକପ ଆରମ୍ଭ ହେଉଛି । ପ୍ରଥମ ଥର ପାଇଁ ରାଜଧାନୀରେ ପିଫା ବିଶ୍ବକପ ଖେଳାଯିବାକୁ ଯାଉଥିବା ବେଳେ ଖେଳାଳିଙ୍କ ପାଇଁ ସମସ୍ତ ସୁବିଧା ମଧ୍ୟ କରାଯାଇଛି । ଏହାସହ ବିଭିନ୍ନ ଦଳକୁ ସ୍ୱାଗତ ପାଇଁ ସେଭେନଥ୍ ବାଟାଲିୟନଠାରୁ ବିମାନବନ୍ଦର ପର୍ଯ୍ୟନ୍ତ ଫିଫାର ଲୋଗୋ ସାଙ୍ଗକୁ ବିଭିନ୍ନ ଦଳର ଖେଳାଳିଙ୍କ ବ୍ୟାନର ଦେଖିବାକୁ ମିଳିଛି ।

ଉଦଘାଟନୀ ମ୍ୟାଚରେ ୟୁଏସଏକୁ ଭେଟିବ ଭାରତ । ରାତି ୮ଟାରେ ଖେଳାଯିବ ମ୍ୟାଚ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ଭାରତୀୟ ଟିମରେ ଓଡ଼ିଶାରୁ କୈାଣସି ଖେଳାଳି ସ୍ଥାନ ପାଇନାହାଁନ୍ତି ।

Leave A Reply

Your email address will not be published.