ବ୍ରହ୍ମପୁର: ଏମକେସିଜି ମେଡିକାଲର ସୁପରସ୍ପେସିଆଲିଟି କୋଠାର ପଞ୍ଚମ ମହଲାରେ ଗତ ଅଗଷ୍ଟ ୨୬ରେ ଅଗ୍ନିକାଣ୍ଡ ଘଟିଥିଲା। ଏହା ପରଠୁ ଏହି ମହଲାର ସମସ୍ତ ଅପରେସନ ଥିଏଟର୍ ବନ୍ଦ ରହିଥିଲା। ମରାମତି ପରେ ଗୁରୁବାର ଠାରୁ ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି ବୋଲି ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର ଅବନୀକାନ୍ତ ମିଶ୍ର କହିଛନ୍ତି। ସୁପରସେସ୍ପିଆଲିଟି କୋଠାରେ ବିଭିନ୍ନ ବିଭାଗ କାର୍ଯ୍ୟ କରୁଛି। ତେବେ ଗତ ଦିନ ହେଲା ଛାତରୁ ବାରମ୍ବାର ସିଲିଂ ଖସିବା ଫଳରେ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲ। ୟୁରୋଲୋଜି ବିଭାଗ ଅପରେସନ ଥିଏଟର୍ରେ ଅଗ୍ନିକାଣ୍ଡ ଘଟିବା ପରେ ଅନେକ ଯନ୍ତ୍ରପାତି ନଷ୍ଟ ହୋଇଯାଇଥିଲା। ଅଗ୍ନିକାଣ୍ଡ ଏବଂ ସିଲିଂ ଖସିବା ଘଟଣା ନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ ସହ ସମୀକ୍ଷା ମଧ୍ୟ କରାଯାଇଥିଲା। ନିମ୍ନମାନର ନିର୍ମାଣ ଯୋଗୁ ସିଲିଂ ଖସୁଥିବା ଏହି କମିଟି ରିପୋର୍ଟ ଦେଇଥିଲା। ଏହାପରେ ସୁପରସ୍ପେସିଆଲିଟି କୋଠାର ପଞ୍ଚମ ମହଲାରେ ଥିବା ୟୁରୋଲୋଜି, ନ୍ୟୁରୋଲୋଜି ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ରୋଗୀ ସେବା ବନ୍ଦ ଥିଲା। ସେବେଠାରୁ ଏହି ୩ ବିଭାଗର ରୋଗୀଙ୍କ ଅପରେସନ ବନ୍ଦ ହୋଇଯିବା ଯୋଗୁ ନାନା ସମସ୍ୟା ସୃଷ୍ଟି ହୋଇଥିଲା। ଯେଉଁ ସ୍ଥାନରେ ସିଲିଂ ଖସିଛି ସେଠାରେ ମରାମତି କରାଯିବା ସହ ଯେଉଁଠି ସିଲିଂ ଖିସିବାର ସମ୍ଭାବନା ରହିଛି ସେଠାରୁ ଜିପ୍ସମ ବୋର୍ଡଗୁଡ଼ିକୁ ବାହାର କରି ଦିଆଯାଇଥିଲା। ବର୍ତ୍ତମାନ ସିଲିଂ ଖସିଥିବା ସ୍ଥାନଗୁଡ଼ିକ ମରାମତି ହୋଇସାରିଛି। ଅଗ୍ନିଶମ ବ୍ୟବସ୍ଥାକୁ ସଜଡାଯାଇଛି। ନିଆଁ ଲାଗି ନଷ୍ଟ ହୋଇଯାଇଥିବା ୟୁରୋଲୋଜି ବିଭାଗ ଅପରେସନ ଥିଏଟର ଗୃହର ମରାମତି କାର୍ଯ୍ୟ ସରିଯାଇଛି ବୋଲି ଅଧ୍ୟକ୍ଷ ପ୍ରଫେସର ମିଶ୍ର କହିଛନ୍ତି। ଅନ୍ୟପଟେ ଏହି କୋଠାକୁ ନିର୍ମାଣ କରିଥିବା ଦିଲ୍ଲୀସ୍ଥିତ ସଂସ୍ଥା ଏଚସିସିଏଲର ଆଜି ପର୍ଯ୍ୟନ୍ତ ଦେଖା ମିଳିନି।
BREAKING NEWS
- ରାଜ୍ୟର ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା
- ଗଂଜାମରେ ‘ଅର୍ଣ୍ଣବ’ କ୍ଷୟକ୍ଷତି, ଗ୍ରାଉଣ୍ଡ ଜିରୋରେ ବିଜେଡି ପ୍ରତିନିଧି ଦଳ
- Flood fury in Ganjam: ଗଞ୍ଜାମ ବନ୍ୟା ବିପନ୍ନଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଲେ କଟକ ଜିଲ୍ଲା ପ୍ରଶାସନ;୨ଟି କଣ୍ଟେନର ଗାଡ଼ିରେ ପଠାଇଲେ…
- ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ୍ ଆବେଦନ ଖାରଜ
- ବିଡାନାସୀ IICଙ୍କ ବଦଳି ଦାବି, ସିପିଙ୍କୁ ଭେଟି ଦାବିପତ୍ର ଦେଲା ଓଡିଶା ଜନତା କଂଗ୍ରେସ
- ଆସୁଛି ଆଉ ଏକ ବାତ୍ୟା; ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ସମ୍ଭାବନା
- ଆସିକାରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ: ଯାତାୟାତ ସମସ୍ୟାରେ ସୁଧାର, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବୃଦ୍ଧି
- BJP’s Counter to Oppn Rally: ନଭେମ୍ବର ୧ରେ ଦିଲ୍ଲୀରେ ବିଜେପି-ଇଣ୍ଡି ମେଣ୍ଟ ମୁହାଁମୁହିଁ! ୫ ହଜାର ଲୋକଙ୍କୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେପି, ସାମିଲ ହେବେ ୧୯୮୪ ଦଙ୍ଗା ପୀଡ଼ିତଙ୍କ ପରିବାର
- ଜାତୀୟ ବିଜ୍ଞାନ ସେମିନାର ୨୦୨୬ରେ ସୌମ୍ୟାଶ୍ରୀଙ୍କ ସଫଳତା: ଜାତୀୟସ୍ତରରେ ପ୍ରଥମ ସ୍ଥାନ ହାସଲ କରି ଓଡ଼ିଶା ପାଇଁ ଆଣିଲେ ଗୌରବ
- ବାଟ ହୁଡ଼ିଲେ ମହିଳା! ୮ ଛେଳିଙ୍କୁ ଚରାଇବା ବେଳେ ସୀମା ପାର ହୋଇ ପହଞ୍ଚିଗଲେ PoK, ଆଉ ତାପରେ..

Comments are closed.