ବ୍ରହ୍ମପୁର: ଏମକେସିଜି ମେଡିକାଲର ସୁପରସ୍ପେସିଆଲିଟି କୋଠାର ପଞ୍ଚମ ମହଲାରେ ଗତ ଅଗଷ୍ଟ ୨୬ରେ ଅଗ୍ନିକାଣ୍ଡ ଘଟିଥିଲା। ଏହା ପରଠୁ ଏହି ମହଲାର ସମସ୍ତ ଅପରେସନ ଥିଏଟର୍ ବନ୍ଦ ରହିଥିଲା। ମରାମତି ପରେ ଗୁରୁବାର ଠାରୁ ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି ବୋଲି ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର ଅବନୀକାନ୍ତ ମିଶ୍ର କହିଛନ୍ତି। ସୁପରସେସ୍ପିଆଲିଟି କୋଠାରେ ବିଭିନ୍ନ ବିଭାଗ କାର୍ଯ୍ୟ କରୁଛି। ତେବେ ଗତ ଦିନ ହେଲା ଛାତରୁ ବାରମ୍ବାର ସିଲିଂ ଖସିବା ଫଳରେ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲ। ୟୁରୋଲୋଜି ବିଭାଗ ଅପରେସନ ଥିଏଟର୍ରେ ଅଗ୍ନିକାଣ୍ଡ ଘଟିବା ପରେ ଅନେକ ଯନ୍ତ୍ରପାତି ନଷ୍ଟ ହୋଇଯାଇଥିଲା। ଅଗ୍ନିକାଣ୍ଡ ଏବଂ ସିଲିଂ ଖସିବା ଘଟଣା ନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ ସହ ସମୀକ୍ଷା ମଧ୍ୟ କରାଯାଇଥିଲା। ନିମ୍ନମାନର ନିର୍ମାଣ ଯୋଗୁ ସିଲିଂ ଖସୁଥିବା ଏହି କମିଟି ରିପୋର୍ଟ ଦେଇଥିଲା। ଏହାପରେ ସୁପରସ୍ପେସିଆଲିଟି କୋଠାର ପଞ୍ଚମ ମହଲାରେ ଥିବା ୟୁରୋଲୋଜି, ନ୍ୟୁରୋଲୋଜି ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ରୋଗୀ ସେବା ବନ୍ଦ ଥିଲା। ସେବେଠାରୁ ଏହି ୩ ବିଭାଗର ରୋଗୀଙ୍କ ଅପରେସନ ବନ୍ଦ ହୋଇଯିବା ଯୋଗୁ ନାନା ସମସ୍ୟା ସୃଷ୍ଟି ହୋଇଥିଲା। ଯେଉଁ ସ୍ଥାନରେ ସିଲିଂ ଖସିଛି ସେଠାରେ ମରାମତି କରାଯିବା ସହ ଯେଉଁଠି ସିଲିଂ ଖିସିବାର ସମ୍ଭାବନା ରହିଛି ସେଠାରୁ ଜିପ୍ସମ ବୋର୍ଡଗୁଡ଼ିକୁ ବାହାର କରି ଦିଆଯାଇଥିଲା। ବର୍ତ୍ତମାନ ସିଲିଂ ଖସିଥିବା ସ୍ଥାନଗୁଡ଼ିକ ମରାମତି ହୋଇସାରିଛି। ଅଗ୍ନିଶମ ବ୍ୟବସ୍ଥାକୁ ସଜଡାଯାଇଛି। ନିଆଁ ଲାଗି ନଷ୍ଟ ହୋଇଯାଇଥିବା ୟୁରୋଲୋଜି ବିଭାଗ ଅପରେସନ ଥିଏଟର ଗୃହର ମରାମତି କାର୍ଯ୍ୟ ସରିଯାଇଛି ବୋଲି ଅଧ୍ୟକ୍ଷ ପ୍ରଫେସର ମିଶ୍ର କହିଛନ୍ତି। ଅନ୍ୟପଟେ ଏହି କୋଠାକୁ ନିର୍ମାଣ କରିଥିବା ଦିଲ୍ଲୀସ୍ଥିତ ସଂସ୍ଥା ଏଚସିସିଏଲର ଆଜି ପର୍ଯ୍ୟନ୍ତ ଦେଖା ମିଳିନି।
BREAKING NEWS
- ପୁଣି ଡରାଇଲା ଅକ୍ଟୋବର! ୨୦ ରେ ଲଘୁଚାପ, ଆସୁଛି ୩ଟି ବାତ୍ୟା
- ଓପନ୍ ଏନକ୍ଲୋଜରକୁ ଯିବେ ୫ ଓରାଙ୍ଗଉଟାନ
- Nuakhai 2026: ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ
- ବ୍ରାଣ୍ଡ ” ବୈଭବ ” ବିଜ୍ଞାପନ ପାଇଁ ଦିନକୁ ଦେଢ଼ କୋଟି ରୁ ୨ କୋଟି ରୋଜଗାର
- ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍, ଜାଣନ୍ତୁ କଣ ରହିଛି କାରଣ…
- ୧୯ରୁ ଫେରିଯିବ ମୌସୁମୀ ବାୟୁ…
- ଆକାଶରେ ବିରଳ ଦୃଶ୍ୟ, ଚନ୍ଦ୍ର ପଛରେ ଲୁଚିଗଲା ଶୁକ୍ର
- ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା; ଜାଣନ୍ତୁ କାହିଁକି ଧୁମଧାମରେ କରାଯାଏ ପାଳନ
- ଢାକା ବିଶ୍ୱବିଦ୍ୟାଳୟରେ ଫୋଟୋ ବିବାଦ: ବଙ୍ଗବନ୍ଧୁ ଆଉଟ୍, ଜିନ୍ନା ଇନ୍
- ୮ ମାସରେ ସର୍ବୋଚ୍ଚ ସ୍ଥିତିରେ ଖୁଚୁରା ମୁଦ୍ରାସ୍ଫୀତି, ଅଗଷ୍ଟରେ ଛୁଇଁଲା ୪.୮%

Comments are closed.