ବ୍ରହ୍ମପୁର: ଗଞ୍ଜାମ ଜିଲାରେ ତୃତୀୟ ପର୍ଯ୍ୟନ୍ତ ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି କ୍ରମରେ ଗତ ମଙ୍ଗଳବାର ଭିଡ଼ିଓ କନ୍ଫ୍ରେନ୍ସିଂରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍। ଭବିଷ୍ୟତରେ କିଏ କ’ଣ ହେବାକୁ ଚାହୁଁଛନ୍ତି, ସେନେଇ ସଚିବ ପାଣ୍ଡିଆନ୍ ପ୍ରଶ୍ନ କରିଥିଲେ। ଚିକିଟି ବ୍ଲକର ଏକ ସରକାରୀ ବିଦ୍ୟାଳୟର ଛାତ୍ର ସୁରଦ ଭାସ୍କର କହିଥିଲେ, ସେ ଭବିଷ୍ୟତରେ ପାଇଲଟ ହେବାକୁ ଚାହୁଁଛନ୍ତି। ବିଦ୍ୟାଳୟ ରୂପାନ୍ତରୀକରଣ ଯୋଗୁ ତାଙ୍କର ଏହି ସ୍ବପ୍ନ ପୂରଣ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଭାସ୍କରଙ୍କ ଠାରୁ ଏଭଳି ଉତ୍ତର ଶୁଣି ଗଭୀର ପ୍ରଭାବିତ ହୋଇଥିଲେ ସଚିବ ପାଣ୍ଡିଆନ୍। ବିଜୁ ପଟ୍ଟନାୟକଙ୍କ ଜୀବନକୁ ନେଇ ପ୍ରସ୍ତୁତ କମିକ୍ସ ପୁସ୍ତକ ‘ ଦ ଆଡଭେନ୍ସଚର୍ସ ଅଫ୍ ଦ ଡେରଡେଭିଲ୍ ଡେମୋକ୍ରାଟ୍’କୁ ଭାସ୍କରଙ୍କ ପାଇଁ ପଠାଇଥିଲେ। ଶୁକ୍ରବାର ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏହି ପୁସ୍ତକ ଭାସ୍କରଙ୍କୁ ହସ୍ତାନ୍ତର କରିଛନ୍ତି। ପୁସ୍ତକ ପାଇବା ପରେ ଖୁସୀ ପ୍ରକାଶ କରିଥିଲେ ଭାସ୍କର। ଅନ୍ୟପଟେ ସଚିବ ପାଣ୍ଡିଆନ୍ ଜଣେ ଛାତ୍ରଙ୍କ ସ୍ବପ୍ନ ବିଷୟରେ ଶୁଣିବା ପରେ ତାଙ୍କ ପାଖକୁ ପୁସ୍ତକ ପଠାଇବାକୁ ନେଇ ଜିଲାରେ ଆଲୋଚନାର ବିଷୟ ହୋଇଛି। ଅନେକ ତାଙ୍କୁ ପ୍ରଶଂସା କରୁଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ୫-ଟି ସଚିବ ପାଣ୍ଡିଆନ୍ ୨୦୦୭ ଏପ୍ରିଲ୍ରୁ ୨୦୧୧ ଏପ୍ରିଲ୍ ପର୍ଯ୍ୟନ୍ତ ଗଞ୍ଜାମ ଜିଲାପାଳ ରହିଥିଲେ। ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୩୩ଟି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୨୩୩ଟି ବିଦ୍ୟାଳୟ ରୂପାନ୍ତରିତ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ୧୦୭ଟି ବିଦ୍ୟାଳୟ ରୂପାନ୍ତରିତ ହେବ।
BREAKING NEWS
- Ganja Packed in Pickle Cans:ଆଚାର ଡବା ଭିତରେ ଗଞ୍ଜେଇ ଚାଲାଣ;୨ ଗିରଫ
- ନିର୍ବାଚନ କମିଶନଙ୍କୁ ନେଇ କ’ଣ ରହିଛି ବିବାଦ ? କିପରି ଟାର୍ଗେଟକୁ ଆସିଲେ CEC ଜ୍ଞାନେଶ କୁମାର
- ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ: ରୋହିତ, କୋହଲିଙ୍କ ଯୋଗୁ ଟିକେଟ ଚାହିଦା ବୃଦ୍ଧି
- ଓଲା, ଉବେରକୁ ଟକ୍କର ଦେବ ସ୍ୱଦେଶୀ ଆପ୍: ରାଜ୍ୟରେ ଶସ୍ତା ଓ ସୁରକ୍ଷିତ ଯାତ୍ରା ଯୋଗାଇବ ‘ଭାରତ ଟ୍ୟାକ୍ସି’
- ପିଆଜ, ଶାଗ ଓ ମୂଳାରେ ମିଳିଲା ବିପଜ୍ଜନକ ଧାତୁ: ବୈଜ୍ଞାନିକଙ୍କ ଚେତାବନୀ, ବଢ଼ିପାରେ କର୍କଟ ରୋଗର ବିପଦ
- ରାଜ୍ୟରେ ମହିଳା ଅସୁରକ୍ଷିତ, ନିରବ କାହିଁକି ସରକାର? ନବୀନଙ୍କ ନିର୍ଦ୍ଦେଶରେ କପିଳାସ ଯିବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
- ରାତିରେ ଉପକୂଳରେ ତାଣ୍ଡବ ରଚିପାରେ ବାତ୍ୟା: ସମୁଦ୍ର ଯିବାକୁ ବାରଣ, ଉଦ୍ଧାରକାରୀ ଦଳ ଆଲର୍ଟ ମୋଡ୍ରେ
- Asian Games 2026 badminton:ବ୍ରୋଞ୍ଜ ଜିତି ଇତିହାସ ସୃଷ୍ଟି କଲେ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳ;୪୦ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଏଭଳି ଘଟିଲା…
- ବିସିସିଆଇ ସମ୍ପାଦକଙ୍କ ବଡ଼ ଘୋଷଣା: ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବ ଆଇପିଏଲ୍ ଅକ୍ସନ୍
- ୨୮ ବର୍ଷ ତଳର ସେହି ସୁପରହିଟ୍ ଗୀତ: ଯାହା ଥିଲା ଦୂରଦର୍ଶନ ‘ରଙ୍ଗୋଲି’ର ଜୀବନ, ଆଜି ବି ଦର୍ଶକଙ୍କୁ କରୁଛି ଦିୱାନା

Comments are closed.