Latest Odisha News

ଦୃଷ୍ଟିହୀନ ବିଶ୍ୱକପ କ୍ରିକେଟ: ଭାରତୀୟ ଦଳରେ ଓଡିଶାର ନକୁଳ

ଭୁବନେଶ୍ୱର: ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଆୟୋଜିତ ହେବ ଦୃଷ୍ଟିହୀନ ବିଶ୍ୱକପ କ୍ରିକେଟ । ଏଥି ନିମନ୍ତେ ଆଜି ଅଜୟ କୁମାର ରେଡ୍ଡୀଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ଏଥିରେ ଓଡିଶାର ଷ୍ଟାର ଅଲ ରାଉଣ୍ଡର ନକୁଳ ବଡନାୟକ ସ୍ଥାନ ପାଇଛନ୍ତି । ଡିସେମ୍ବର ୬ରୁ ୧୭ ପର୍ଯ୍ୟନ୍ତି ଏହି ବିଶ୍ୱକପ ଆୟୋଜିତ ହେବ । ଆୟୋଜକ ଭାରତ ସମେତ ଏଥିରେ ନେପାଳ, ବାଂଲାଦେଶ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ଶ୍ରୀଲଙ୍କା ଅଂଶଗ୍ରହଣ କରୁଛନ୍ତି । ଭାରତର ପୂର୍ବତନ ଅଲରାଉଣ୍ଡର ତଥା ବିଶ୍ୱକପ ବିଜେତା ଟିମର ସଦସ୍ୟ ଯୁବରାଜ ସିଂଙ୍କୁ ଟୁର୍ଣ୍ଣାମେଂଟର ବ୍ରାଣ୍ଡ ଆମ୍ବାସଡର କରାଯାଇଛି ।

୨୩ ବର୍ଷୀୟ ନକୁଳ ଜାତୀୟ ଦୃଷ୍ଟିହୀନ ଟାଇଟଲ ହାସଲ କରିଥିବା ଓଡିଶା ଟିମ ଏବଂ ଇଷ୍ଟଜୋନ ଦଳର ସଦସ୍ୟ ଥିଲେ । ତାଙ୍କଠାରୁ ଏହି ମେଗା ଇଭେଂଟରେ ମଧ୍ୟ ପୂର୍ବଭଳି ପ୍ରଭାବୀ ପ୍ରଦର୍ଶନ ଆଶା କରାଯାଉଛି ।

Comments are closed.