Latest Odisha News

BREAKING NEWS

ମୁକେଶ ଅମ୍ବାନୀଙ୍କ ଫେରାରୀ କାର ପିଟିହେଲା ଡିଭାଇଡରରେ !

ମୁମ୍ବାଇ: ଏକ ଲାଲ ରଙ୍ଗର ଫେରେରୀ SF90 କାର ( MHO1 DV 0777) ଡିଭାଇଡରରେ ପିଟି ହୋଇଛି। ଏହି ବିଦେଶୀ କାର ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କର ବୋଲି କୁହାଯାଉଛି। ତେବେ କାର ଭିତରେ କିଏ କିଏ ଥିଲେ ତାହା ସ୍ପଷ୍ଚ ହୋଇପାରିନି। ଗୁରୁବାର ବିଳମ୍ବିତ ରାତି କହିବାକୁ ଗଲେ ଶୁକ୍ରବାର ଏହି ଦୁର୍ଘଟଣା ଘଟିଛି। ଯେଉଁ ଦୁଇ ଜଣଥିଲେ କାର ଭିତରେ ସେମାନଙ୍କ ମଧ୍ୟରୁ ଜଣେ ଅମ୍ବାନୀଙ୍କ ବୋହୂ ବୋଲି କୁହାଯାଉଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଏହି ଫେରେରୀ ଦୃତ ବେଗରେ ୱର୍ଲି ଆଡକୁ ଯାଉଥିଲା। ହେଲେ ହଠାତ୍ ନିୟନ୍ତ୍ରଣ ହରାଇଥିଲା ଏବଂ ସି ଲିଙ୍କରେ ଥିବା ଡିଭାଇଡରରେ ପିଟି ହୋଇଥିଲା। ଏହି ଗାଡି ସହିତ ପଛରେ ଏକ ଏସକର୍ଟ ଥିଲା। ତେଣୁ ଦୁର୍ଘଟଣା ପରେ ତୁରନ୍ତ ଏସକର୍ଟ ଟିମ୍ କାରରେ ଥିବା ଦୁଇ ଜଣଙ୍କୁ ବାହାର କରି କିଛି ସମୟ ମଧ୍ୟରେ ଅନ୍ୟତ୍ର ନେଇଯାଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଦୁର୍ଘଟଣାର ଶିକାର ଗାଡିଟିକୁ ଟାଣି ନେଇଥିଲା।

ଏହି ବିଦେଶୀ ସ୍ପୋର୍ଟସ୍ କାର୍ ଦୁର୍ଘଟଣାର ଶିକାର ହେବା ପରେ କାରଟି କ୍ଷତିଗ୍ରସ୍ତ ହୋଇଛି। ତେଣୁ ଯେଉଁଭଳି କାରଟି କ୍ଷତିଗ୍ରସ୍ତ ହୋଇଛି ଅନୁମାନ କରାଯାଉଛି କାର ଭିତରେ ବସିଥିବା ବ୍ୟକ୍ତି ନିଶ୍ଚିତ ଭାବେ ଆହତ ହୋଇଥିବେ।

ବାନ୍ଦ୍ରା ପୋଲିସ ଦୁର୍ଘଟଣା ହୋଇଥିବା ସ୍ପଷ୍ଟ କରିଛି। କିନ୍ତୁ ଅଧିକ କୈଣସି ସୂଚନା ଦେଇନାହିଁ। ସବୁଠୁ ବଡ଼ କଥା ହେଲା ତଦନ୍ତ କରୁଥିବା ଥାନା ଅଧିକାରୀ ହଠାତ ତିନି ହେବ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ କରି ରଖିଛନ୍ତି ଏବଂ ସେ ଛୁଟିରେ ଥିବା କୁହାଯାଉଛି।

କାର ଭିତରେ ବସିଥିବା ମହିଳାଙ୍କ ମଧ୍ୟରୁ ଜଣେ ଅମ୍ବାନୀ ବୋହୂ ବୋଲି କୁହାଯାଉଛି। ଦିପାବଳୀ ଅବସରରେ ଏକ ପାର୍ଟିରେ ଯୋଗ ଦେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣାଗ୍ରସ୍ତ କାର ୱୋ ମୋଟର୍ସ ନାମରେ ପଞ୍ଜୀକୃତ ହୋଇଛି କିନ୍ତୁ ଅମ୍ବାନୀଙ୍କ ବଙ୍ଗଲୋରେ ଏହି କାର ଥିବା ଦେଖିବାକୁ ମିଳେ। ପ୍ରାୟ ସମୟରେ ଅନନ୍ତ ଅମ୍ବାନୀ ଏହି କାର ଧରି ବୁଲୁଥିବାର ନଜିର ରହିଛି।

Comments are closed.