Latest Odisha News

BREAKING NEWS

ଟପ୍ ଲେସ୍ ହୋଇ ଦିପାବଳୀ ଶୁଭେଚ୍ଛା ଜଣାଇଲେ ଉର୍ଫି

ମୁମ୍ବାଇ: ବିଗ୍ ବସ୍ ଓଟିଟି ଫେମ୍ ଉର୍ଫି ଜାଭେଦ୍ ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ୍ ନିଜ ପୋଷାକର ଡିଜାଇନ ଏବଂ ବୋଲ୍ଡନେସ ହେତୁ ସର୍ବଦା ଆଲୋଚନା ଘେରକୁ ଆସନ୍ତି। ଏବେ କିନ୍ତୁ ଦିପାବଳୀ ଅବସରରେ ସେ ଆଉ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଟପ୍ ଲେସରେ ନଜର ଆସୁଛନ୍ତି।

ତାଙ୍କର ନୂଆ ଶୈଳୀ ସବୁବେଳେ ଲାଇମଲାଇଟ୍ ଭିତରକୁ ଆଣିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ବର୍ତ୍ତମାନ ଉର୍ଫି ଜାଭେଦ୍ ତାଙ୍କର ସର୍ବଶେଷ ଭିଡିଓ ସେୟାର କରିଛନ୍ତି। ଦିପାବଳୀ ଅବସରରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଶଂସକଙ୍କ ସହ ଉର୍ଫି ଏହି ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ସମସ୍ତ ପ୍ରକାରର ମିଠା ଉର୍ଫି ସାମ୍ନାରେ ଟେବୁଲ ଉପରେ ରଖାଯାଇଛି। ସେହି ମିଠା ନେଇ ଉର୍ଫି ଏହାକୁ ଖାଉଛନ୍ତି । ଭିଡିଓରେ ଉର୍ଫି ଏକ ମରୁନ୍ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି। କିନ୍ତୁ ସେ ଟପ୍ ପିନ୍ଧି ନାହାଁନ୍ତି। ସେ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ଆପଣ ସମସ୍ତଙ୍କୁ ଦିପାବଳୀ ଶୁଭେଚ୍ଛା ଜଣାଉଛି। ଏହା ସହିତ ଗୀତ ‘ଅଜ ଜାନେ କି ଜିଦ୍ ନା କରୋ’ରେ ଅଭିନୟ କରୁଛନ୍ତି।

 

ସୋସିଆଲ ମିଡିଆ ୟୁଜର୍ସ ଉର୍ଫି ଜାଭେଦଙ୍କ ଭିଡିଓରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ରୋହିତ ନାମକ ଜଣେ ୟୁଜର୍ସ ଲେଖିଛନ୍ତି ଯେ ଆପଣ ଏହା ବହୁତ ଭୁଲ୍ କରୁଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି ଯେ, ମୁଁ ଭାବିଲି ଦିପାବଳୀରେ ବାଣଯୁକ୍ତ ପୋଷାକ ତିଆର କରି ପିନ୍ଧିବେ। ଅନୁଷ୍କା ନାମକ ଜଣେ ୟୁଜର୍ସ ଉର୍ଫି ଜାଭେଦଙ୍କୁ ରିପୋର୍ଟ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ ଏବଂ ଲେଖିଥିଲେ ଯେ ଏପରି ମହିଳାଙ୍କୁ ରିପୋର୍ଟ କରାଯାଉ।

Leave A Reply

Your email address will not be published.