ଓ୍ବାଶିଂଟନ: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଋଷକୁ ଡ୍ରାେନ ସହ ଅନେକ ଅସ୍ତ୍ର ପଠାଉଛି ଇରାନ । ଇରାନ ଜନସାଧାରଣ ଦେଶରେ ହିଜାବକୁ ନେଇ ଆନ୍ଦୋଳନ ଚଳାଇଥିବା ବେଳେ ୟୁକ୍ରେନ ଲୋକଙ୍କୁ ମାରିବା ପାଇଁ ଇରାନ ଋଷକୁ ଅସ୍ତ୍ରଶସ୍ତ୍ର ପଠାଉଛି ବୋଲି ଆମେରିକା କହିଛି । ଅସ୍ତ୍ରଶସ୍ତ୍ର ପଠାଇବା ବନ୍ଦ ନକଲେ ପରିଣାମ ଭୟାଭୟ ହେବ ବୋଲି ଚେତାବନୀ ଦେଇଛି ଆମେରିକା । ସେପଟେ ୟୁକ୍ରେନ କହିଛି ଇରାନର 400 ଡ୍ରାେନ ସହାୟତାରେ ଋଷ ୟୁକ୍ରେନ ଲୋକଙ୍କୁ ହତ୍ୟା କରୁଛି ।
Stop sending weapons to Russia to kill Ukrainians: US to Iran on Russia-Ukraine war
Read @ANI Story | https://t.co/bZ4M243MwX#RussiaUkraineWar #US #Iran #IranianDrones pic.twitter.com/Be0ro6GAxd
— ANI Digital (@ani_digital) October 26, 2022
We're concerned Moscow may be advising Iran to manage protests(Mahsa Amini protests) as Russia has extensive experience in suppressing open demonstrations.Our message to Iran is clear, 'Stop killing people, stop sending weapons to Russia to kill Ukrainians':White House Press Secy pic.twitter.com/0Pay56UUsL
— ANI (@ANI) October 26, 2022
Russia used around 400 Iranian drones to attack Ukraine: Zelenskyy
Read @ANI Story | https://t.co/2d7i02WrsZ#Ukraine #Russia #kamikazedrones #Zelenskyy pic.twitter.com/aKpH3OMEKB
— ANI Digital (@ani_digital) October 27, 2022
ଏହା ସହ ପୁଟିନଙ୍କ ପରମାଣୁ ଯୁଦ୍ଧ ସମରାଭ୍ୟାସକୁ ନେଇ ଆମେରିକା ଋଷ ସହ ଆଲୋଚନା କରିଛି । ଏହାକୁ ନେଇ ବିଶ୍ବବାସୀ ଚିନ୍ତିତ ଥିବା ଆମେରିକା କହିଛି । ଏପରିକି ଭାରତ ମଧ୍ୟ ପରମାଣୁ ଯୁଦ୍ଧ ଗ୍ରହଣୀୟ ନୁହେଁ ବୋଲି କହିଛି । ରୁଷ ପକ୍ଷରୁ ନିଜର ଆଣବିକ ସମରାଭ୍ୟାସକୁ ସାରା ବିଶ୍ବରେ ନିନ୍ଦା କରାଯାଇଛି ।
Had a telephonic conversation with the Defence Minister of Russia, Mr Sergei Shoigu today. We discussed bilateral defence cooperation as well as the deteriorating situation in Ukraine.
— Rajnath Singh (@rajnathsingh) October 26, 2022
Russian President Vladimir Putin oversaw the training of Moscow's strategic deterrence forces, troops responsible for responding to threats of nuclear war, the Kremlin said.
(Pics: Reuters) pic.twitter.com/pagwGQ6BkZ
— ANI (@ANI) October 26, 2022
ପରମାଣୁ ଯୁଦ୍ଧକୁ ଯେକୌଣସି ମତେ ଏଡାଇବାକୁ ରାଜନାଥ ପରାମର୍ଶ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ପରମାଣୁ ଯୁଦ୍ଧକୁ ଏଡାଇବା ପାଇଁ ଋଷ ସହ କଥା ହୋଇଛନ୍ତି । ତେବେ ପୁଟିନ କିନ୍ତୁ ୟୁକ୍ରେନକୁ ସମର୍ପଣ କରିବା ପାଇଁ ସମରାଭ୍ୟାସ ଆରମ୍ଭ କରିଥିବା ଚର୍ଚା ହେଉଛି । ଆଠ ମାସ ହେଲା ଯୁଦ୍ଧ ଚାଲିଥିବା ବେଳେ ପୁଟିନ ୟୁକ୍ରେନ ଉପରେ ବିଜୟଲାଭ କରିପାରନାହାଁନ୍ତି । ୟୁକ୍ରେନ ସେନା ଋଷ ସେନାର ବିପୁଳ କ୍ଷତି ଘଟାଉଛି ।
Comments are closed.