Latest Odisha News

BREAKING NEWS

ନେଦରଲ୍ୟାଣ୍ଡକୁ ପରାସ୍ତ କରିବା ପାଇଁ ରଣନୀତି ପ୍ରସ୍ତୁତ: ରୋହିତ

ସିଡ୍‌ନି:  ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଆଜି ନେଦରଲ୍ୟାଣ୍ଡକୁ ଭେଟିବ ଭାରତ। ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲା ପୂର୍ବରୁ ନେଦରଲାଣ୍ଡ୍‌ସ ବିପକ୍ଷରେ ସହଜ ବିଜୟ ହାସଲ କରିବାକୁ ରଣନୀତି ପ୍ରସ୍ତୁତ ହୋଇଥିବା ଅଧିନାୟକ ରୋହିତ ଶର୍ମା କହିଛନ୍ତି ।

ଏହାପୂର୍ବରୁ ଭାରତ ଓ ନେଦରଲାଣ୍ଡ ଦୁଇଥର ୨୦୦୩, ୨୦୧୧ ମସିହାରେ ଦିନିକିଆରେ ମୁହାଁମୁହିଁ ହୋଇଥିଲେ । ଏଥିରେ ଭାରତ ବିଜୟୀ ହୋଇଥିଲା । ଏବେ ଟ୍ବେଣ୍ଟି-୨୦ରେ ଉଭୟ ଦଳଙ୍କ ମଧ୍ୟରେ ଏହା ପ୍ରଥମ ମୁକାବିଲା ହେବାକୁ ଯାଉଛି। ଏଥିରେ ଭାରତର ପଲା ଭାରି ରହିଛି । ଭାରତୀୟ ସମୟ ଦିନ ୧୨.୩୦ରେ ଆରମ୍ଭ ହେବ ମୁକାବିଲା । ସିଡନୀରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପୂର୍ବରୁ ଟିମ୍‌ ଇଣ୍ଡିଆର ମନୋବଳ ବେଶ ଦୃଢ ରହିଛି । ତେଣୁ ଖେଳାଳୀ ପରିବର୍ତ୍ତନରେ କୈାଣସି ପରିବର୍ତ୍ତନ ହୋଇନପାରେ । ନେଦରଲାଣ୍ଡ ବିପକ୍ଷରେ ବୃହତ ବିଜୟ ଲକ୍ଷ୍ୟରେ ରହିଛି ଦଳ । କିନ୍ତୁ ମେଲବର୍ଣ୍ଣ ଭଳି ସିଡନୀରେ ମଧ୍ୟ ବର୍ଷା ଆଶଙ୍କା ରହିଥିବା ସୂଚନା ରହିଛି ।

Leave A Reply

Your email address will not be published.