Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପତିତପାବନ ଭାବ ବା ଚେତନା ସିଂହଦ୍ୱାର ଗୁମୁଟ ମଧ୍ୟରେ “ପତିତପାବନ “ପ୍ରତିମା ଭାବରେ ବିରାଜିତ ହୋଇ କୋଟି କୋଟି ପତିତଙ୍କ ମନୋକାମନା ପୂର୍ଣ୍ଣ କରୁଛନ୍ତି। ସେହିପରି ପ୍ରତିବର୍ଷ ଭାରତ ବାହାରୁ ଆସୁଥିବା ହଜାର ହଜାର ଅଣହିନ୍ଦୁ ଜଗନ୍ନାଥ ପ୍ରେମୀ, ବଡ଼ଦାଣ୍ଡରେ ରହି ଏହି ପତିତପାବନଙ୍କ ଦର୍ଶନ କରି ପରମ ସନ୍ତୋଷ ଲାଭ କରନ୍ତି। ଅବଶ୍ୟ ଏହି ଶ୍ରଦ୍ଧାଳୁମାନେ ପତିତପାବନ ବିଗ୍ରହ /ପ୍ରତିମା ସଲଗ୍ନ ସିଂହାସନରେ ଖୋଦିତ ଭାସ୍କର୍ଯ୍ୟକୁ ଦେଖି ପାରନ୍ତି ନାହିଁ। ଏହି ପ୍ରସ୍ତର ନିର୍ମିତ୍ତ ସିଂହାସନର ସମ୍ମୁଖ ଭାଗରେ ତିନିଜଣ ଋଷି ଯୋଡ ହସ୍ତରେ ଦଣ୍ଡାୟମାନ ଅଛନ୍ତି। ନଦୀ ଓ ନାବିକ ନାଆ ଚଳାଉଥିବା ଦୃଶ୍ୟ ମଧ୍ୟ ଅଛି। ନଦୀ କୂଳରେ ବୃକ୍ଷ ମଧ୍ୟ ଅଛନ୍ତି। ଏହି ଭାସ୍କର୍ଯ୍ୟ ପଛର କାହାଣୀ ସଠିକ ଜଣା ନଥିଲେ ମଧ୍ୟ ଏହା ସେହି ପତିତ ଉଦ୍ଧାର ଭାବର କୌଣସି ପୌରାଣିକ ଉପାଖ୍ୟାନ ବୋଲି ବିଶ୍ୱାସ କରାଯାଏ। ଆଲବାର ସମ୍ପ୍ରଦାୟର ଅଷ୍ଟମ ଯୋଗୀ ଶ୍ରୀ ବିଷ୍ଣୁଚିତ୍ତ ଯୋଗୀ ସପ୍ତମ ଶତାବ୍ଦୀର ଶେଷ ଭାଗରେ ନୀଳାଚଳକୁ ଆସି ଶ୍ରୀଜଗନ୍ନାଥଙ୍କ ସହ ପତିତପାବନଙ୍କୁ ଦର୍ଶନକରି ଏହି ଶ୍ଳୋକ ରଚନା କରି ପତିତପାବନଙ୍କ ପ୍ରକୃତ ସ୍ୱରୂପ ବା ଅର୍ଥକୁ ପ୍ରକାଶ କରିଛନ୍ତି। “ନୀଳାଦ୍ରୌ ମହତିକ୍ଷେତ୍ରେ ସର୍ବଲୋକେୟୀକ ପାବନେ, ଦେବର୍ଷି ଗଣ ଗନ୍ଧର୍ବ ଯକ୍ଷ କିନ୍ନର ସେବିତେ।ବଲଭଦ୍ର ସୁଭଦ୍ରାଭ୍ୟାଂ ଭଗବାନ ପୁରୁଷୋତ୍ତମଃ, ସେବୟ ସ୍ୱ ପ୍ରସାଦସ୍ୟ ପତିତlନାପି ପ୍ରଭୂ ଦଦନ ମୁକ୍ତିଂ ଦୟାସିନ୍ଧୁ ଶ୍ରୀମାନ ପତିତପାବନଃ । ” ଏଠାରେ ଶ୍ରୀଜଗନ୍ନାଥଙ୍କୁ ପତିତମାନଙ୍କ ବନ୍ଧୁ ଓ ଶ୍ରୀ ପତିତପାବନ ବୋଲି ବର୍ଣ୍ଣନା କରାଯାଇଛି। ଆସନ୍ତୁ ତେବେ କରିବା ଆରାଧନା ଓ ଭାଗବତ ପଠନର ସମୟ ।

ମନ ନିବେଶି ମୋ ପୟରେ
ବିଷୟ ସୁଖ ନ ବିଚାରେ ।
ପରମାନନ୍ଦ ସୁଖ ପାଇ
ସେ ପ୍ରାଣୀ ରହେ ପୂର୍ଣ୍ଣ ହୋଇ ।
ଏ ଗୁଣମୟ ନର ଅଙ୍ଗ
କେବେ ହେଁ ନୋହେ ତାର ସଙ୍ଗ ।

ଜୟ ଜଗନ୍ନାଥ ( ଦ. ତ୍ରି. ଉବାଚ )

Comments are closed.