Latest Odisha News

BREAKING NEWS

ଧାମନଗର ପରାଜୟ ଭୟରେ ବିଜେପି ବାରମ୍ବାର CEOଙ୍କୁ ଭେଟୁଛି: ବିଜେଡି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ୩ ଦିନ । କିନ୍ତୁ ଆରୋପ ପ୍ରତ୍ୟାରୋପ ସରୁନି । ଭୁବନେଶ୍ୱରରୁ ଦିଲ୍ଲୀ ପୁଣି ଭୁବନେଶ୍ୱର ବିଜେଡି, ବିଜେପି ଏଭଳି ଅଭିଯୋଗରେ ମାତିଛନ୍ତି । ଶୁକ୍ରବାର ପୁଣି ଥରେ ବିଜେଡି ନେତା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ବିଜେପି ନେତା ଓ କର୍ମୀ ଧାମନଗରରେ ଏସଏଚଜି ମାଆ ମାନଙ୍କୁ ବଦନାମ କରୁଥିବା ଅଭିଯୋଗ କରିଛନ୍ତି ।

ପରାଜୟ ଭୟରେ ବିଜେପି ଏଭଳି ନୀତି ଆପଣାଇଥିବା ବିଜେଡି କହିଛି । ଏପରିକି ଓଡ଼ିଶା ବିଜେପି, ଏସଏଚଜି ମାଆମାନଙ୍କୁ ନେଇ ମିଛ ଭିଡିଓ ଭାଇରାଲ୍ କରୁଥିବା ଦଳ ଅଭିଯୋଗ କରିଛି । ଏଥିରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ନାଁ ଯୋଡ଼ା ଯିବାକୁ ଦଳ ବିରୋଧ କରିବା ସହ ପେନଡ୍ରାଇଭରେ ପ୍ରମାଣ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଛି ।

ଓଡ଼ିଶା ବିଜେପି ନେତାଙ୍କ ବିରୋଧରେ ବିଜେଡି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ନାରୀ ଶକ୍ତିଙ୍କୁ ପୋଲିସ ସୁରକ୍ଷା ଦାବି କରିଛି । ଧାମନଗର ଉପନିର୍ବାଚନ ଲାଗି ତାରିଖ ଘୋଷଣା ପରେ ଉଭୟ ବିଜେପି, ବିଜେଡି ଏକାଧିକ ଥର ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେଣି ।

Comments are closed.