Latest Odisha News

BREAKING NEWS

ରାଜଧାନୀରେ ନକଲି ଏସ୍କର୍ଟ ରାକେଟ୍, ଅନଲାଇନ୍ ଆଡ୍ ଦେଇ କରୁଥିଲେ ଆକାଉଣ୍ଟ ଖାଲି

ଭୁବନେଶ୍ୱର: ବ୍ଲାକମେଲର୍ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲା ଥମିନି । ଅର୍ଚ୍ଚନାର ନାଗ ଫାଶରେ ଅନେକ ନେତା, ମନ୍ତ୍ରୀଙ୍କ ନାଁ ଚର୍ଚ୍ଚା ଭିତରେ ଶୁକ୍ରବାର କମିଶନରେଟ୍ ପୋଲିସ ଏକ ନକଲି ଏସ୍କର୍ଟ ରାକେଟର ପର୍ଦ୍ଦାଫାସ୍ କରିଛି । ରାକେଟର ମାଷ୍ଟରମାଇଣ୍ଡ ସହ ଜଣେ ମହିଳାଙ୍କୁ ମିଶାଇ ପୋଲିସ ୫ ଜଣଙ୍କ ହାତରେ ପକାଇଛି ହାତକଡ଼ି ।

ସୂଚନା ଅନୁସାରେ, ପୁରୀ ଡେଲାଙ୍ଗ ଅଞ୍ଚଳର ସୁଶାନ୍ତ ପାତ୍ର ହେଉଛି ଏହି ରାକେଟର ମାଷ୍ଟରମାଇଣ୍ଡ । ଏଥିରେ ଆଉ ଜଣେ ମହିଳା ଶରିତା ପରିଡ଼ା ମଧ୍ୟ ସାମିଲ୍ । ଏମାନେ ଇଣ୍ଟରନେଟରେ ଏସ୍କର୍ଟ ସର୍ଭିସ୍ ନାଁରେ ବିଜ୍ଞାପନ ଦେଇ ଗ୍ରାହକଙ୍କୁ ହୋଟେଲକୁ ଡାକୁଥିଲେ । ଗ୍ରାହକ ଜାଲରେ ଫସିବା ପରେ ଅନଲାଇନରେ ଟଙ୍କା ହାତେଇ ଗ୍ୟାଙ୍ଗ ଉକ୍ତ ସିମ୍ କାର୍ଡକୁ ନଷ୍ଟ କରି ଦେଉଥିଲା ।

ରାକେଟ ଧରା ପଡ଼ିବା ପରେ ସୁଶାନ୍ତର ସ୍ତ୍ରୀ ବୋଲି କହୁଥିବା ଦାବି କରିଛନ୍ତି, ସୁଶାନ୍ତର ୧୨ ଜଣ ପତ୍ନୀ ରହିଛନ୍ତି । ସୁଶାନ୍ତ ସେହି ମହିଳାମାନଙ୍କର ଅଜାଣତରେ ଅଶ୍ଲୀଳ ଫଟୋ ଓ ଭିଡିଓ ଉଠାଇ ବ୍ଲାକମେଲିଂ କରୁଥିବା ଅଭିଯୋଗ ହୋଇଛି ।

ତେବେ ଏଭଳି କାମର ସୁଶାନ୍ତ ଲିପ୍ତ ନଥିବା କହିଛନ୍ତି ପରିବାର ଲୋକ । ପୁଅ ପୋଷ୍ଟମାଷ୍ଟର ଥିବା ଘର ଲୋକ କହୁଥିବା ବେଳେ ପୋଲିସ ସୁଶାନ୍ତଙ୍କୁ ଗିରଫ କରିଛି । ଏହା ପୂର୍ବରୁ ମହିଳା ଜଣଙ୍କ ଖଣ୍ଡଗିରି ଥାନାରେ ସୁଶାନ୍ତ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ତେବେ ଗିରଫ ପରେ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ପୋଲିସ ସୁଶାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଛି ।

Comments are closed.