Latest Odisha News

୧୦ ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଖସିବା ସହ ଶୀତ ଆରମ୍ଭ ହୋଇଛି । ଗତକାଲି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୨.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆଜି କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ପାରଦ ୧୦ ଡିଗ୍ରୀ ତଳେ ରହିଛି ।

ସିମିଳିଗୁଡ଼ାରେ ପାରଦ ୯.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କନ୍ଧମାଳ ଜିଲ୍ଲାର ଘୁ. ଉଦୟଗିରିରେ ୧୧ ଡିଗ୍ରୀ, କୋରାପୁଟରେ ୧୧.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୨ ଡିଗ୍ରୀ, ଫୁଲବାଣୀରେ ୧୩.୫ ଡିଗ୍ରୀ,  ଭବାନୀପାଟଣାରେ ୧୪.୪ ଡିଗ୍ରୀ ଏବଂ ଚିପିଲିମା ୧୪.୬ ଡିଗ୍ରୀ ରାତ୍ରି ତାପମାତ୍ର ରେକର୍ଡ କରାଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ୩୦ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ । ୩୧ ଓ ୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

Comments are closed.