Latest Odisha News

BREAKING NEWS

କବିତା : କଥାଟିଏ

ଶ୍ୟାମା କିଙ୍କର ମହାନ୍ତି

ଗଲାକାଲି ରାତିର ହିଁ କଥା
ଦିନସାରା ଏତେ ସବୁ ଭିତରେ
କେହି ଜାଣିପାରିଲେନି
କହିଲିନି ବି କାହାକୁ
ଶେଷରେ କହିଲି ତାଙ୍କୁ
ମୋ ଇହକାଳ ପରକାଳର ଦେବତାଙ୍କୁ

କିନ୍ତୁ କେମିତି ସେ ହୋଇପାରିଲେ
ଏତେ ନିର୍ବିକାର
ନ ଥିଲା ତାଙ୍କ ଭିତରେ
ତିଳେ ଭାବାନ୍ତର

କଥା କଣ କି…
ଝିଅର ହୋମ ୱାର୍କ
ରୋଷେଇ , ଖାଇବା ବଢା
ଶ୍ୱଶୁରଙ୍କ ଔଷଧ
ଶାଶୁଙ୍କ ପାଦଚିପା
ଦିଅରଙ୍କ ବିଛଣା ସଜା , ବାସନ
ସବୁ କିଛି ବୁଝି
ତାଙ୍କ ପାଖେ ପହଞ୍ଚୁ ପହଞ୍ଚୁ
ରାତି ଏଗାର
ଖୁବ ବିରକ୍ତିରେ ଥିଲେ
ମୋ ପତି ପରମେଶ୍ବର

ହୁଏତ ନିହାତି ଦରକାର ଥିଲା
ତାଙ୍କୁ ମୋ ଦେହ
ଆଉ
ମୋ ଦେହରେ ଫୁଟୁଥିଲା
ଶହେ ଦୁଇ ଜର …!!

ନୀଳାଚଳ ଇସ୍ପାତ ନିଗମ
ଡୁବୁରୀ, ଯାଜପୁର
୯୮୬୧୧୯୧୩୮୦

Comments are closed.