Latest Odisha News

ଭାଷା ଭାଗବତ : ଭୂଇଁର ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଭୂଇଁରେ ଚଳୁଥିବା ଭାଷା
ଉପରେ ନ ରଖି ଭରସା
ଲେଖିଚାଲିଲେ ବହି ଭାଷା
ହୁଏନି କେବେ ବି ସରସା

ଲୋକଂକୁ କରିଲେ ଉପେକ୍ଷା
ଭାଷାକୁ ମିଳେନି ସୁରକ୍ଷା
ଏହା ତ ଜଣାଶୁଣା କଥା
ବୁଝିପାରେନି ଜ୍ଞାନୀ ମଥା

ଅଯଥା ଜ୍ଞାନ ପ୍ରଦର୍ଶନ
ନୁହଇ ଉତ୍ତମ ଲକ୍ଷଣ
ତୁଛାକୁ ହେଲେ ଲୋକଚ୍ୟୁତ
ରହିବା କାହାର ସହିତ ?

ପ୍ରଶ୍ନ ପଚାରି ବାରଂବାର
ଖୋଜିଲେ ନିର୍ଦିଷ୍ଟ ଉତ୍ତର
ମିଳିବ ଆଜି କିଂବା କାଲି
ସୁଖେ ପାରିବା ସର୍ବେ ଚଳି

Leave A Reply

Your email address will not be published.