ନୂଆଦିଲ୍ଲୀ : ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ଖରାପ ହେବାରେ ଲାଗିଛି । ଏହାକୁ ନେଇ ବିଜେପି ଓ ଆପ ନେତାଙ୍କ ମଧ୍ୟରେ ପରସ୍ପର ଦୋଷ ଲଦାଲଦି ହେବାରେ ଲାଗିଛନ୍ତି । ସେପଟେ ପଂଜାବରେ ଚାଷୀମାନେ ବିଲରେ ନିଆଁ ଲଗାଇ ନଡାକୁଟା ଜାଳିବାରେ ଲାଗିଛନ୍ତି । ବାୟୁ ପ୍ରଦୂଷଣ ବଢ଼ୁଥିବାରୁ ଦିଲ୍ଲୀ ପ୍ରଶାସନ ପକ୍ଷରୁ ଆଉ କେତେକ କଟକଣା ଲଗାଯାଇଛି । ସରକାରୀ ନିର୍ଦ୍ଦେଶ ଅନୁସାରେ ଅତ୍ୟାବଶ୍ୟକ ପ୍ରକଳ୍ପକୁ ଛାଡ଼ିଦେଲେ ଅନ୍ୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଓ ଭାଙ୍ଗିବା କାର୍ଯ୍ୟ ଉପରେ ରୋକ ଲଗାଯାଇଛି । ଏଣିକି ଆଉ କେହି ସାଧାରଣତ ନିର୍ମାଣ କାର୍ଯ୍ୟ କରିପାରିବେ ନାହିଁ । ଦିଲ୍ଲୀରେ ଏବେ ଏୟାର କ୍ବାଲିଟି ଇଣ୍ଡେକ୍ସ 400 ଉପରେ ରହିଛି । ଆପ ପକ୍ଷରୁ ବିଜେପିକୁ ଏନେଇ ଦୋଷ ଦିଆଯାଉଥିବା ବେଳେ ବିଜେପି ପଂଜାବର ଆପ ସରକାରକୁ ଦୋଷ ଦେଉଛି ।
ଦିଲ୍ଲୀରେ ବାୟୁ ପ୍ରଦୂଷଣ ସିଭିୟର ସ୍ତରକୁ ଯିବାର ମୁଖ୍ୟ କାରଣ ହେଉଛି ପଂଜାବରେ ନଡ଼ା ଜାଳିବା । ତେବେ ସେଠାରେ ଚାଷୀମାନଙ୍କୁ ବନ୍ଦ କରିବାକୁ ତାଗିଦ କଲେ ମଧ୍ୟ ସେମାନେ ମାନୁନାହାଁନ୍ତି । ନୂଆ ଚାଷ କରିବା ପୂର୍ବରୁ ନଡାକୁ ଜାଳି ଦେଉଛନ୍ତି । ଯାହାର ପ୍ରଭାବ ପ୍ରତିବର୍ଷ ଦିଲ୍ଲୀ ଉପରେ ପଡୁଛି ।
ପଞ୍ଜାବରେ ଫସଲ ଅମଳ ହୋଇଯାଇଥିବାରୁ କୃଷକମାନେ ଏବେ ପ୍ରବଳ ମାତ୍ରାରେ ନଡ଼ା ଜାଳୁଛନ୍ତି । ଏହାର ଧୂଆଁ ଦିଲ୍ଲୀ-ଏନସିଆରରେ ପ୍ରବେଶ କରି ପ୍ରଦୂଷଣ କରାଉଛି । ବାୟୁ ପ୍ରଦୂଷଣକୁ ନେଇ ନେତାମାନେ କିନ୍ତୁ ବିଭିନ୍ନ ପ୍ରକାର ବୟାନବାଜି ଚାଲୁ ରଖିଛନ୍ତି ।
Comments are closed.