Latest Odisha News

ଆତଙ୍କବାଦ ନିରୋଧୀ ସମିତି ପ୍ରତିନିଧିମଣ୍ଡଳର ପ୍ରମୁଖ ସଦସ୍ୟମାନଙ୍କୁ ଭେଟିଲେ ରାଷ୍ଟ୍ରପତି

ଆତଙ୍କବାଦ ବିରୋଧରେ ସବୁ ଦେଶ ଏକଜୁଟ ହେବା ଉଚିତ : ରାଷ୍ଟ୍ରପତି

ନୂଆଦିଲ୍ଲୀ: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଆତଙ୍କବାଦ ନିରୋଧୀ ସମିତିର ପ୍ରତିନିଧିମଣ୍ଡଳର ପ୍ରମୁଖ ସଦସ୍ୟମାନେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ସମସ୍ତଙ୍କୁ କହିଥିଲେ ଯେ ଆତଙ୍କବାଦର ସବୁ ରୂପ ବିଶ୍ବପାଇଁ ବିପଦ । ତାହାକୁ ମୂଳରୁ ବନ୍ଦ କରାଯିବା ଆବଶ୍ୟକ । ସଦସ୍ୟମାନଙ୍କୁ ସ୍ବାଗତ କରିବା ସହ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ମୁମ୍ବାଇ ଆକ୍ରମଣ କଥା କହି ରାଷ୍ଟ୍ରପତି କହିଥିଲେ ଯେ ଆତଙ୍କବାଦ ପ୍ରତି ସବୁ ଦେଶ ଜିରୋ ସହନଶୀଳତା ନୀତି ଅବଲମ୍ବନ କରିବା ଆବଶ୍ୟକ । ବିଭିନ୍ନ ଦେଶରୁ ଆସିଥିବା ପ୍ରତିନିଧିମାନେ ମଧ୍ୟ ଆତଙ୍କବାଦକୁ ଦମନ କରିବା ନେଇ ସମର୍ଥନ ପ୍ରକାଶ କରିଥିଲେ ।

BjdElectrycity

Leave A Reply

Your email address will not be published.