Latest Odisha News

BREAKING NEWS

ଆରମ୍ଭରୁ ଭାରତର ବଡ଼ ବିପର୍ଯ୍ୟୟ, ଟି-୨୦ ବିଶ୍ବକପରେ ବିରାଟ ପୂରଣ କଲେ ୧୦୦୦ ରନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ବିପର୍ଯ୍ୟୟ। ୯ ଓଭର ସୁଦ୍ଧା ୪୯ ରନ କରି ଟିମ୍ ଇଣ୍ଡିଆ ୫ଟି ଓ୍ୱିକେଟ୍ ହରାଇଛି। ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମା ଓ କେଏଲ ରାହୁଲ ପରେ ବିରାଟ କୋହଲି ଏବଂ ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା ଶସ୍ତାରେ ପାଭିଲିଅନକୁ ଫେରିଛନ୍ତି। ଯଦିଓ ପ୍ରଥମ ଓଭର ମ୍ଯାଡେନ ପରେ ଟିମ୍ ରୋହିତ ଏବଂ କେ.ଏଲ ରାହୁଲ ଉଭୟ ଛକା ମାରି ନିଜ ନିଜର ରନ୍ ଆରମ୍ଭ କରିଥିଲେ। ହେଲେ ଦକ୍ଷିଣ ଆଫ୍ରିକାର ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ ଓପନିଂ ଯୋଡ଼ି।

କେ ଏଲ ରାହୁଲ ୯, ରୋହିତ ୧୫, ବିରାଟ ୧୨, ଦୀପକୁ ହୁଡ୍ଡା ଶୂନ ଏବଂ ପାଣ୍ଡ୍ୟା ୨ ରନ କରି ଆଉଟ୍ ହୋଇଛନ୍ତି। ଚଳିତ ବିଶ୍ୱକପରେ ପ୍ରଥମେ ବ୍ୟାଟିଂ କରି ଏପରି ବିପର୍ଯ୍ୟୟ ସାମ୍ନା କରିବା ଦଳ ମଧ୍ୟରେ ଭାରତ ପ୍ରଥମ ହୋଇଛି। ଯାହା ଦଳର ବ୍ୟାଟିଂ ଉପରେ ପ୍ରଶ୍ନ ଉଠାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମ୍ୟାଚ ଯଦି ଭାରତ ହାରିବ ତାହେଲେ ପାକିସ୍ତାନ ସେମିଫାଇନାଲକୁ ଯିବା ଆହୁରି କଷ୍ଟକର ହୋଇଯିବ।

ସେପଟେ ୧୨ ରନ୍ କରି ଟି-୨୦ ବିଶ୍ବକପରେ ବିରାଟ ୧୦୦୦ ରନ୍ ପୂରଣ କରିଛନ୍ତି। ଏହାପୂର୍ବରୁ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ ୧୦୦୦ ରନ୍ କ୍ଲବରେ ସାମିଲ ହୋଇଛନ୍ତି। ମାହେଲା ଜୟବର୍ଦ୍ଧନେ ୩୧ଟି ମ୍ୟାଚ୍‌ରେ ୧୦୧୬ରନ୍‌ କରିଥିବା ବେଳେ ବିରାଟ କୋହଲି ଏବେସୁଦ୍ଧା ୨୪ଟି ମ୍ୟାଚ୍‌ର ୨୨ ଇନିଂସରେ ୨୦୦୧ ରନ୍‌ କରିଛନ୍ତି। ବିରାଟଙ୍କ ପଛରେ ରହିଛନ୍ତି କ୍ରିସ ଗେଲ୍। ଯିଏକି ୯୬୫ ରନ୍‌ କରିଛନ୍ତି। ଏହା ପୂର୍ବରୁ କୋହଲି ଟି-୨୦ ବିଶ୍ୱକପ୍‌ରେ ସବୁଠୁ ଅଧିକ ଅର୍ଦ୍ଧଶତକ (୧୨) କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି।

Comments are closed.