Latest Odisha News

ବେଆଇନ ଦାଦନ ଚାଲାଣ ବେଳେ ୨୭ ଜଣ ଉଦ୍ଧାର 

ପାଟଣାଗଡ : ବେଆଇନ ଦାଦନ ଚାଲାଣ ସମୟରେ ପାଟଣାଗଡ ପୋଲିସର ଚଢ଼ାଉ । ଚଢ଼ାଉ ବେଳେ ୨୭ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ। କେନ୍ଦୁମୁଣ୍ଡି ପଞ୍ଚାୟତ ବଘଲାବନ୍ଦ ଗାଁ ରେ  ପୋଲିସ ଚଢାଉ କରି  ବରଗଡ,  ସୋନପୁର ଏବଂ ଗାଇସିଲେଟ ଅଞ୍ଚଳର ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି  । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୨ ଜଣ ପୁରୁଷ, ୯ ଜଣ ମହିଳା ଏବଂ ୭ ଜଣ ଶିଶୁ ରହିଥିବା ଜଣା ପଡିଛି  । ତେବେ ଦାଦନ ଚାଲାଣ କରୁଥିବା ପୁରୁଣା ଦାଦନ ଦଲାଲ ବଘଲାବନ୍ଦ ଗାଁ ର ମୋହନ ମେହେର ଏବଂ ସହଯୋଗୀ ଦଲାଲ ଥବିର ରାଜହଂସଙ୍କୁ ପୋଲିସ ଗିରଫ କରିଛି  । ଏନେଇ ସମସ୍ତ ଶ୍ରମିକଙ୍କୁ ନିଜ ଗାଁ କୁ ପଠାଇ ଦେଇଥିବା ସହକାରୀ ଶ୍ରମ ଅଧିକାରୀ ନିରଞ୍ଜନ ଭୂୟାଁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.