Latest Odisha News

BREAKING NEWS

ୟୁଟ୍ଯୁବ ଲିକ୍ ହେଲା ଦମନ୍ ସିନେମା, ଥାନାର ଦ୍ବାରସ୍ଥ ହେଲେ ଫିଲ୍ମ ନିର୍ମାତା

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ଓଡିଆ ଫିଲ୍ମ ଦମନ ରିଲିଜ ହୋଇଛି। ପାଖାପାଖି ୫୦ଟି ହଲରେ ଏହି ଓଡିଆ ଫିଲ୍ମଟି ରିଲିଜ ହୋଇଛି। ଗତକାଲି ଏହି ଫିଲ୍ନକୁ ହଲରେ ଦେଖିଛନ୍ତି ଦର୍ଶକ। କିନ୍ତୁ ବିଡମ୍ବନାର କଥା ହେଲା ଏହି ଫିଲ୍ମଟି ରିଲିଜ ହେବାର କେଇ ଘଣ୍ଟା ପରେ ବିଭିନ୍ନ ୟୁଟ୍ୟୁବରେ ଫିଲ୍ମଟିର ହଲ ପ୍ରିଣ୍ଟ ବା ହଲରେ ଫିଲ୍ମର ରେକର୍ଡିଂ ଭିଡିଓକୁ ୟୁଟ୍ୟୁବରେ ଦେଖିବାକୁ ମିିଳିଛି। ଏହାକୁ ନେଇ ଫିଲ୍ମ ନିର୍ମାତା ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି।

ଉପାନ୍ତ ଅଞ୍ଚଳର ସ୍ବାସ୍ଥ୍ୟସେବାର ନିଚ୍ଛକ ଚିତ୍ରକୁ ନେଇ ସିନେମାଟି ତିଆରି ହୋଇଛି। ଏହି ଫିଲ୍ମଟି ଏବେ ୧୧ରୁ ଅଧିକ ୟ୍ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଛି। ଯାହାକି ପାଇରେଟେଡ ସିନେମା । ଫିଲ୍ମର ପ୍ରଯୋଜକ ଅଭିଯୋଗ ଏ ନେଇ ସାଇବର ଥାନାର ଦ୍ବାରସ୍ଥ ହୋଇ ସଂପୃକ୍ତି ଚ୍ୟାନେଲକୁ ବ୍ଲକ କରିବାକୁ ଅନୁରୋଧ କରିଛନ୍ତି।

ଗତକାଲି ଫିଲ୍ମଟିର ପ୍ରଥମ ସୋ ପରେ ଦର୍ଶକ କହିଛନ୍ତି, ଫିଲ୍ମରେ ବାବୁସାନଙ୍କ ଭୂମିକା ନିଆରା ରହିଛି। ପୂର୍ବରୁ କେବେ ବାବୁସାନ ଏପରି ଭୂମିକାରେ ନଜର ଆସିନଥିଲେ। ଏହି ଫିଲ୍ମ ବହୁତ ଭଲ ହୋଇଛି। ଦୀର୍ଘ ଦିନ ପରେ ଓଲିଓଡ ଏପରି ଏକ ଫିଲ୍ମ ରିଲିଜ୍ କରିଥିବାରୁ ଅନେକ ଦର୍ଶକ ଧନ୍ୟବାଦ ଦେଇଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଦୀର୍ଘ ଦିନ ପରେ ଗୋଟିଏ ଓଡ଼ିଆ ଫିଲ୍ମ ରିଲିଜ୍ ହୋଇଛି । ଏହା ଏକ ଭଲ ଫିଲ୍ମ ବୋଲି ଦର୍ଶକ କହୁଛନ୍ତି। ବୁଡିଯାଉଥିବା ଓଲିଓଡ ଇଣ୍ଡଷ୍ଟ୍ରି ପାଇଁ ଏହା ଏକ ସଞ୍ଜିବନୀ ସାଜିପାରେ। ଫିଲ୍ମଟି ଭଲ ବ୍ୟବସାୟ କଲେ ଅନେକ ପ୍ରଯୋଜକ ଭଲ ସିନେମା ଆଣିବାକୁ ଇଚ୍ଛା ପ୍ରକାଶ କରିବେ। ଏହାଦ୍ୱାରା ଅନେକ କଳାକାର ମଧ୍ୟ ରୋଜଗାର ପାଇବେ। ଅନେକ ଲୁଚିଯାଉଥିବା ପ୍ରତିଭା ମଧ୍ୟ ଲୋକଲୋଚନକୁ ମଧ୍ୟ ଆସିବେ। କିନ୍ତୁ କିଛି କୁଚକ୍ରି ଏପରି ନକରାଇଦେବାକୁ ବୋଧହୁଏ ପଣ କରିଛନ୍ତି। ତେଣୁ ଏବେ ଫିଲ୍ମଟି ହଲରେ ରିଲିଜ ହେବା ପରେ ୟୁଟ୍ୟୁବରେ ଏହି ଫିଲ୍ମର ହଲ ପ୍ରିଣ୍ଟ ରେକର୍ଡିଂ ଦେଖିବାକୁ ମିଳିଛି।

Comments are closed.