Latest Odisha News

BREAKING NEWS

ଜମିହରା ପରିବାର ମାନଙ୍କୁ ନ୍ୟାୟ ଦେବ ପିପିଏଲ ଲ୍ୟାଣ୍ଡ ଲୁଜର ୱେଲଫାୟାର ଟ୍ରଷ୍ଟ

ପାରାଦୀପ : ପିପିଏଲ ଲ୍ୟାଣ୍ଡ ଲୁଜର ୱେଲଫାୟାର ଟ୍ରଷ୍ଟ ତରଫରୁ ପାରାଦୀପ ମୁନିସିପାଲିଟି କଲ୍ୟାଣ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ବିଗତ ଦିନରେ ପିପିଏଲରେ ଜମି ହରାଇଥିବା ପରିବାର ମାନେ ନିଜ ଜମି ପ୍ରାପ୍ୟ ପାଇଁ ଅନେକ ସମୟରେ ଅନେକ ଆନ୍ଦୋଳନ କରିଥିଲେ ହେଲେ ତାଙ୍କ ଜମି ଫେରି ପାଇନଥିଲେ l ତେବେ ନୂତନ ଭାବରେ ଗଠିତ ହୋଇଥିବା ପିପିଏଲ ଲ୍ୟାଣ୍ଡ ଲୁଜର ୱେଲଫାୟାର ଟ୍ରଷ୍ଟ ଜମି ହରାଇଥିବା ପରିବାର ମାନଙ୍କୁ ଜମି ପ୍ରାପ୍ୟ ପାଇଁ ଦାବି ଉପସ୍ଥାପନ କରିଛି ।

ଜମି ହରାଇଥିବା ପରିବାରର ପିଲାମାନେ କିପରି ନିଯୁକ୍ତିର ସୁଯୋଗ ପାଇବେ ଓ କମ୍ପାନୀରେ ହେଉଥିବା ବିଭିନ୍ନ ବ୍ୟବସାୟିକ କାର୍ଯ୍ୟରେ ସାମିଲ ହୋଇପାରିବେ ଏ ନେଇ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି l ତେବେ ନୂତନ ଭାବରେ ଗଠିତ ପିପିଏଲ ଲ୍ୟାଣ୍ଡ ଲୁଜର ୱେଲଫାୟାର ଟ୍ରଷ୍ଟର ଉପଦେଷ୍ଟା ଭାବରେ ଦାୟିତ୍ୱ ନେଇଛନ୍ତି ପାରାଦୀପର ବିଶିଷ୍ଟ ଶ୍ରମିକ ନେତା ବାପି ସରଖେଲ l ଜମିହରା ପରିବାର ମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ବାପି ସରଖେଲଙ୍କ ଅବଦାନ ଅତୁଳନୀୟ ବୋଲି ସଂଗଠନର ସଭାପତି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ l

Leave A Reply

Your email address will not be published.