ଧାମନଗର: ଆଉ କିଛି ସମୟର ଅପେକ୍ଷା । ଆସିବ ଧାମନଗରବାସୀଙ୍କ ରାୟ । ଫଳାଫଳ ପୂର୍ବରୁ ବିଜେପି ସମର୍ଥକ ଯେଉଁଭଳି ଉଲ୍ଲାସ ମନାଉଛନ୍ତି, ତାକୁ ଦେଖିଲେ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତି ତାଙ୍କର ଭଲପାଇବା ଜଣାପଡୁଛି । ୧୨ ରାଉଣ୍ଡ ସୁଦ୍ଧା ସୂରଜ ଆଗୁଆ ରହିଆସିଛନ୍ତି । ସୂର୍ଯ୍ୟବଂଶୀ ସୂରଜ ୬୨୧୪ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କୁ ୫୪,୫୭୨ ଖଣ୍ଡ ଭୋଟ୍ ମିଳିଛି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ମିଳିଛି ୪୮,୩୫୮ ଭୋଟ୍ । କଂଗ୍ରେସ ପଛରେ ପଡିଥିବା ଦେଖିବାକୁ ମିଳିଛି । ବାବା ହରେକୃଷ୍ଣ ସେଠୀଙ୍କୁ ୨୨୦୦ ଖଣ୍ଡ ଭୋଟ୍ ମିଳିଛି । ସୂରଜଙ୍କ ବିଜୟ ନେଇ ତାଙ୍କ ସମର୍ଥକମାନେ ଉଲ୍ଲସିତ ହୋଇପଡିଛନ୍ତି । ଭୋଟ୍ ଗଣତି ବାହାରେ ଖୁସି ମନାଉଥିବା ଦେଖିବାକୁ ମିଳୁଛି । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୬୫୦୫ ଭୋଟ୍ ମିଳିଛି ।
BREAKING NEWS
- ମହାନଦୀରେ ମାଡ଼ି ଆସୁଛି ବନ୍ୟା, ସୁରକ୍ଷିତ ସ୍ଥାନ ଯିବାକୁ ନଦୀକୂଳିଆ ଲୋକଙ୍କୁ ସରକାରଙ୍କ ଅପିଲ୍
- ମାସର ପ୍ରଥମ ଦିନରୁ ଖୁସି ଖବର: ଶସ୍ତା ହେଲା LPG ସିଲିଣ୍ଡର
- ରାଷ୍ଟ୍ରପତି ଭବନରେ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍
- ଚାରିଦିନିଆ ଓଡ଼ିଶା ଗସ୍ତରେ ବିହାରର କ୍ରୀଡ଼ା ମନ୍ତ୍ରୀ;ଉଚ୍ଚସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ପରିଚାଳନା ବିଷୟରେ ଜାଣିବା ପାଇଁ…
- ‘ରନ୍ଧନ ତୈଳ ଉତ୍ପାଦନ ବଢ଼ାଅ,ମଜବୁତ ହେବ ଜାତୀୟ ଅର୍ଥନୀତି’
- SIR 2026: ଭୋଟର ତାଲିକା ସଂଶୋଧନ ପାଇଁ ସମୟ ବୃଦ୍ଧି…
- Terror attack in J&K:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ;ଜଣେ ମୃତ, ଅନ୍ୟ ଜଣେ ଆହତ
- କମନୱେଲଥ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଡେ
- ଇପିଏଫଓ ଆକାଉଣ୍ଟରୁ ଉଡ଼ିଗଲା ୧୯.୩୩ କୋଟି ଟଙ୍କା! ନୋକିଆ କର୍ମଚାରୀଙ୍କ ନାଁରେ CBI ର ଏଫଆଇଆର୍
- Odisha flood:ଏହି ଜିଲ୍ଲାରେ ୫ ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ; ୧ ଲକ୍ଷ ୭୬ ହଜାର ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
Comments are closed.