Latest Odisha News

BREAKING NEWS

ଘର କିଣାରେ ଭୁବନେଶ୍ୱର ସବୁଠୁ ଶସ୍ତା ସହର: ଆର.ବି.ଆଇ.

ଭୁବନେଶ୍ୱର: ଗୃହ କିଣିବା ଲାଗି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଭାରତର ସବୁଠୁ ଶସ୍ତା ତଥା ନିର୍ଭରଯୋଗ୍ୟ ସହର । ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ସର୍ଭେ ଅନୁଯାୟୀ ଗୃହକ୍ରେତାଙ୍କ ଲାଗି ମୁମ୍ବାଇ ଭାରତର ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବାସପୋଯୋଗୀ ଗୃହର ଦରଦାମକୁ ନେଇ ଏକ ସର୍ଭେ କରାଯାଇଛି । ଏହି ସର୍ଭେରେ ଦେଶର ପ୍ରମୁଖ ସହର ଗୁଡ଼ିକୁ ଅନ୍ତଭୃକ୍ତ କରାଯାଇଥିଲା ।

ଆରବିଆଇର ଏହି ସଦ୍ୟତମ ସର୍ଭେ ଅନୁଯାୟୀ, ମାର୍ଚ୍ଚ ୨୦୧୫ରେ ଦର ଓ ଆୟ ଭିତ୍ତିରେ ଭୁବନେଶ୍ୱରର ୪୭.୨ ଅନୁପାତ ରହିଥିବା ବେଳେ ଏହା ଏବେ ୫୪.୩ରେ ପହଞ୍ଚିଛି ।

ସହର ବାସିନ୍ଦାଙ୍କ ଆୟକୁ ଭିତ୍ତି କରି ଦରର ତୁଳନା ଏହି ସର୍ଭେରେ ନିରୁପଣ କରାଯାଇଛି । ବାସୋପଯୋଗୀ ଗୃହର ଭଡ଼ା ତଥା ଏହାର କ୍ରୟମୂଲ୍ୟକୁ ମଧ୍ୟ ଏହି ସର୍ଭେରେ ସ୍ଥାନପାଇଛି ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ଚାରିବର୍ଷ ମଧ୍ୟରେ କ୍ରୟହାର ମଧ୍ୟ ବୃଦ୍ଧି ପାଇଥିବା ଲକ୍ଷ କରାଯାଇଛି । ଏହା ୨୦୧୫ ମସିହାରୁ ୫୬. ୧ ହାରରୁ ବୃଦ୍ଧିପାଇ ୨୦୧୯ରେ ୬୧.୫ ହାରରେ ପହଞ୍ଚିଛି ।

ଉଲ୍ଲେଖନୀୟ ଭାବେ ବାସୋପଯୋଗୀ ଗୃହର ଚାହିଦା ଗତ ଚାରିବର୍ଷରେ କ୍ରମାଗତ ଭାବେ ହ୍ରାସ ପାଇଥିବା ବେଳେ ସେହିପରି ଗୃହର କୟମୂଲ୍ୟ ମଧ୍ୟ ସେହି ଅନୁପାତରେ ହ୍ରାସ ପାଇବାରେ ଲାଗିଥିଲା ।

ଭାରତର ପ୍ରମୁଖ ସହରମାନଙ୍କରେ ଥିବା ଗୃହ କ୍ରୟ ତଥା ଚାହିଦାକୁ ଭିତ୍ତିକରି ଏହି ସର୍ଭେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜୁଲାଇ ୨୦୧୦ ମସିହାରୁ ହୋଇଆସୁଛି । ଏହି ସର୍ଭେରେ ଗୃହ ଋଣ, ତଥା କେତେକ ବ୍ୟାଙ୍କକୁ ମଧ୍ୟ ଏହି ସର୍ଭେ ଲାଗି ସାମିଲ୍ କରାଯାଇଥିଲା ।

ଏହି ସର୍ଭେରେ ଯେଉଁ ୧୩ଟି ପ୍ରମୁଖ ସହର ଗୁଡ଼ିକ ସ୍ଥାନ ପାଇଥିଲେ, ସେହି ସହର ଗୁଡ଼ିକ ହେଲେ, ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ, ପୁଣେ, କୋଲକାତା, ଅହମ୍ମଦାବାଦ, ଭୁବନେଶ୍ୱର, ଭୋପାଲ, ଚଣ୍ଡିଗଡ଼, ହାଇଦ୍ରାବାଦ, ଜୟପୁର ଏବଂ ଲଖନଉ ସହର ।

Leave A Reply

Your email address will not be published.