Latest Odisha News

BREAKING NEWS

ଆମେରିକାରେ ସମ୍ମାନିତ ହେଲେ ଓଡ଼ିଆ ଝିଅ ଦେବାଂଶୀ

ଭୁବନେଶ୍ୱର: ଓଡ଼ିଆ ଝିଅ ଦେବାଂଶୀ ନିକିତା ଚୌଧୁରୀ ଆମେରିକାସ୍ଥିତ ଓଡ଼ିଶା ସୋସାଇଟି ଅଫ ଆମେରିକା (ଓଏସଏ) ପକ୍ଷରୁ କଳା ଓ ସଂସ୍କୃତି କ୍ଷେତ୍ରରେ ସମ୍ମାନିତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଆମେରିକାର ଆଟଲାଣ୍ଟାଠାରେ ଓଏସଏ ପକ୍ଷରୁ ଆୟୋଜିତ ହୋଇଥିବା ୫୦ତମ ବାର୍ଷିକୋତ୍ସବରେ ବିଖ୍ୟାତ ବଂଶୀବାଦକ ହରିପ୍ରସାଦ ଚୌରାସିଆ ଦେବାଂଶୀଙ୍କୁ ‘ଯୁବ କଳା ବିକାଶ’ ସମ୍ମାନରେ ସମ୍ମାନିତ କରିଛନ୍ତି । ଉତ୍ତର ଆମେରିକାରେ କଳା, ସଂସ୍କୃତି, ସାହିତ୍ୟ, ସଙ୍ଗୀତ ଓ ନୃତ୍ୟ କ୍ଷେତ୍ରରେ କାମ କରୁଥିବା ଯୁବ ବର୍ଗଙ୍କୁ ଏହି ସମ୍ମାନ ଦିଆ ଯାଇଥାଏ ।

ସମ୍ମାନିତ ହୋଇଥିବା ଦେବାଂଶୀ ଓଡ଼ିଶୀ ନୃତ୍ୟ ସମେତ ସମ୍ବଲପୁରୀ ଓ ଅନ୍ୟାନ୍ୟ ଲୋକନୃତ୍ୟରେ ପାରଙ୍ଗମ ଅଟନ୍ତି । ନୃତ୍ୟଗୁରୁ ଅମୂଲ୍ୟ ବଳବନ୍ତରାୟଙ୍କଠାରୁ ସେ ଓଡ଼ିଶୀ ନୃତ୍ୟ ଶିଖିଛନ୍ତି ।

ଆମେରିକା ନିବାସୀ ଦେବକୀନନ୍ଦନ ଓ ଅଞ୍ଜନା ଚୌଧୁରୀଙ୍କ ଝିଅ ଦେବାଂଶୀ ସାହିତ୍ୟ, ଵକ୍ତୃତା କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ହାସଲ କରିଛନ୍ତି । ବର୍ତ୍ତମାନ ସେ ସେଠାରେ ପିଲାଙ୍କୁ ଓଡ଼ିଆ ଭାଷା ଓ ସଂସ୍କୃତି ବିଷୟରେ ପଢ଼ାଉଛନ୍ତି ।

Leave A Reply

Your email address will not be published.