Latest Odisha News

BREAKING NEWS

ଭୁବନେଶ୍ୱରରେ ପଣ୍ଡ ହେଲା ଡକାୟତି ଯୋଜନା, ୫ ଅଟକ

ଭୁବନେଶ୍ୱର: ରାଜଧାନୀର ଓଲ୍ଡ ଟାଉନ୍ ନିକଟ ବଶିଷ୍ଠନଗର କେନାଲ ରୋଡରେ ଗୁରୁବାର ରାତିରେ କିଛି ଦୁବୃର୍ତ୍ତ ଡକାୟତି ଯୋଜନା କରୁଥିବାବେଳେ ସେମାନଙ୍କ ଯୋଜନାକୁ ଲିଙ୍ଗରାଜ ପୋଲିସ ପଣ୍ଡ କରିବା ସହ ୫ ଜଣକୁ ଗିରଫ କରିଛି ।

ଗିରଫ ଡକାୟତମାନେ ଜଗନ୍ନାଥ ପ୍ରଧାନ, ନରେଶ ବେହେରା, ଅକ୍ଷୟ ମଲ୍ଲିଆ, ସରୋଜ କୁମାର ପାତ୍ର ଏବଂ ପୁନଆ ଭୋଇ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଡକାୟତମାନେ ଡକାୟତି ଉଦ୍ୟମ କରୁଥିବା ବେଳେ ପୋଲିସର ଏକ ଟିମ୍ ରାତି ପେଟ୍ରୋଲିଂ କରୁଥିବା ବେଳେ ଖବର ପାଇ ଉକ୍ତ ଅଞ୍ଚଳରେ ଚଢାଉ କରି ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା ।

ଏହି ଡକାୟତି ଗ୍ୟାଙ୍ଗ ନିକଟସ୍ଥ ନାଗେଶ୍ୱର ଟାଙ୍ଗି ଅଞ୍ଚଳରୁ ଚୋରି କରିବା ନେଇ ଯୋଜନା କରୁଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ପୋଲିସ ସେମାନଙ୍କ ଠାରୁ ମାରଣାସ୍ତ୍ର, ଲୁହାରଡ ଓ ଲଙ୍କାଗୁଣ୍ଡ ଆଦି ଜବତ କରିଛି।

Leave A Reply

Your email address will not be published.