Latest Odisha News

BREAKING NEWS

ବାହୁଡ଼ିଲେ ଶ୍ରୀଜଗନ୍ନାଥ, ବଡ଼ଦାଣ୍ଡ ପହଞ୍ଚିଲା ତିନିରଥ

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥ ରଥଯାତ୍ରା ସାରି ଆଜି ବାହୁଡ଼ିଛନ୍ତି ନିଜ ଘରକୁ । ଶ୍ରୀମନ୍ଦିର ନିକଟରେ ବଡ଼ଦାଣ୍ଡରେ ପହଞ୍ଚିଛି ତିନିରଥ ତାଳଧ୍ୱଜ, ନନ୍ଦିଘୋଷ ଏବଂ ଦର୍ପଦଳନ ।

ଏଥର ବାହୁଡ଼ା ଯାତ୍ରାରେ ତିନିରଥ ତାଳଧ୍ୱଜ, ନନ୍ଦିଘୋଷ ଏବଂ ଦର୍ପଦଳନ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି । ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ, ତାହାପରେ ଦେବୀ ସୁଭଦ୍ରାଙ୍କ ଦେବୀଦଳନ ଏବଂ ସର୍ବଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ପହଞ୍ଚିଥିଲା ।

ଆସନ୍ତାକାଲି ରଥଉପରେ ତିନିଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହେବ ।

Leave A Reply

Your email address will not be published.