Latest Odisha News

BREAKING NEWS

ଜାଣନ୍ତୁ, କେଉଁ ରାଶି ପାଇଁ କେଉଁ ଗଛ ଲଗାଇଲେ ମିଳିଥାଏ ଶୁଭଫଳ

ପରିବାର ଭିତରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ କେତେ ଲୋକ କେତେ ଉପାୟ ଆପଣାନ୍ତି । ଜ୍ୟୋତିଷଙ୍କ ମତ ଅନୁସାରେ ଯଦି ଜଣେ ବ୍ୟକ୍ତି ରାଶି ଅନୁଯାୟୀ ଉପାୟ ଆପଣାଇବ, ତେବେ ଖୁବ ଶୀଘ୍ର ସେ ଏହାର ସୁଫଳ ଲାଭ କରିପାରିବ । ଜାତକର ଦୋଷ ଓ ଦୁର୍ବଳତାକୁ ଦୂର କରିବା ପାଇଁ ଘରେ ରାଶି ଅନୁଯାୟୀ ଗଛ ଲଗାଇବା ଦ୍ୱାରା ଲାଭ ମିଳିଥାଏ ।

ଆସନ୍ତୁ ଜାଣିବା କେଉଁ ରାଶି ପାଇଁ କେଉଁ ଗଛ ଲଗାଇବା ଶୁଭ ହୋଇଥାଏ :

ମେଷ ଓ ବିଛା ରାଶି : ଯେଉଁ ବ୍ୟକ୍ତିଙ୍କ ରାଶି ମେଷ ଓ ବିଛା, ତାଙ୍କୁ ମଙ୍ଗଳଙ୍କୁ ପ୍ରସନ୍ନ କରିବା ପାଇଁ ଘରେ ଲାଲ ଫୁଲ ଥିବା ଗଛ ଲଗାଇବା ଉଚିତ ।

ବୃଷ ଓ ତୁଳା ରାଶି : ବୃଷ ଓ ତୁଳା ରାଶି ଥିବା ଲୋକଙ୍କ ଗ୍ରହର ସ୍ୱାମୀ ଶୁକ୍ର ହୋଇଥିବାରୁ ନିଜ ଘରେ ଧଳା ଫୁଲଗଛ ଲଗାନ୍ତୁ ।

କନ୍ୟା ଓ ମିଥୁନ ରାଶି : ଯେଉଁ ଲୋକମାନଙ୍କ ରାଶି କନ୍ୟା ବା ମିଥୁନ, ତାଙ୍କ ଗ୍ରହ ବୁଧ ହୋଇଥିବାରୁ ଏପରି ଗଛ ଲଗାନ୍ତୁ, ଯାହା ଛୋଟ ହୋଇଥିବ ଓ ସେଥିରେ ଫୁଲ ଫୁଟୁନଥିବ ।

କର୍କଟ ଓ ସିଂହ ରାଶି : କର୍କଟ ଗ୍ରହର ସ୍ୱାମୀ ଚନ୍ଦ୍ର ହୋଇଥାନ୍ତି । ସେଥିପାଇଁ ଏହି ରାଶିର ଲୋକ ଘରେ ତୁଳସୀ ବା ଅନ୍ୟ ଛୋଟ ଔଷଧୀୟ ଗଛ ଲଗାନ୍ତୁ । ସେହିପରି ସିଂହ ରାଶିର ବ୍ୟକ୍ତି ଘରେ ଲାଲ ରଙ୍ଗର ଫୁଲ ଥିବା ଗଛ ଲଗାନ୍ତୁ ।

ଧନୁ ଓ ମୀନ ରାଶି : ବୃହସ୍ପତି ଦେବ ଏହି ରାଶିଙ୍କର ସ୍ୱାମୀ ଅଟନ୍ତି । ଧନୁ ଓ ମୀନ ରାଶିର ବ୍ୟକ୍ତି ଘରେ ହଳଦିଆ ଫୁଲ ଗଛ ଲଗାଇଲେ ଲାଭରେ ରହିବେ ।

ମକର ଓ କୁମ୍ଭ ରାଶି : ମକର ଓ କୁମ୍ଭ ରାଶିର ସ୍ୱାମୀ ଶନିଦେବ । ଏହି ରାଶିର ଲୋକମାନଙ୍କୁ ଫଳ-ଫୁଲ ହେଉନଥିବା ଗଛ ଲଗାଇବା ଦରକାର, ଯାହାର ଛାୟା ଅଧିକ ହୋଇଥିବ ।

Leave A Reply

Your email address will not be published.