Latest Odisha News

BREAKING NEWS

ଜ୍ଞାନବାପୀରେ ବିଶ୍ବେଶ୍ବରଙ୍କୁ ପୂଜା ହେବ କି ନାହିଁ , ସୁପ୍ରିମ କୋର୍ଟରେ ଆଜି ହେବ ଶୁଣାଣି

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦ ପରିସରରେ ଶୃଙ୍ଗାର ଗୈାରୀଙ୍କ ପୂଜା ସହ  ଶିବଲିଙ୍ଗ ପୂଜିବା ପାଇଁ ଆବେଦନ ହୋଇଥିବା ମାମଲାର ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ । ପୂର୍ବରୁ ମା ଗୈାରୀଙ୍କୁ ବର୍ଷକୁ ଥରେ ପୂଜା କରାଯାଉଥିବା ବେଳେ ଏବେ  ବର୍ଷସାରା ମାଙ୍କୁ ପୂଜା କରିବାର ଅଧିକାର ଦାବି କରୁଛନ୍ତି ହିନ୍ଦୁ ମହିଳା ।

ଏହି ସଂକ୍ରାନ୍ତ ଆବେଦନର ଶୁଣାଣି ଆଜି ସୁପ୍ରିମ କୋର୍ଟରେ ହେବାନେଇ ତାରିଖ ଧାର୍ଯ୍ୟ ହୋଇଛି। ଏଥିପାଇଁ ଏକ ଖଣ୍ଡପୀଠ ଗଠନ ହେବ। ଆବେଦନକାରୀଙ୍କ ଦ୍ବାରା ହୋଇଥିବା ୩ଟି ମୁଖ୍ୟ ଦାବି ଉପରେ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇପାରନ୍ତି । ଜ୍ୟୋର୍ତିଲିଙ୍ଗ ଭଗବାନ ବିଶ୍ବେଶ୍ବରଙ୍କୁ ତୁରନ୍ତ ପୂଜା ଆରମ୍ଭ କରିବା ପାଇଁ ଅନୁମତି ଦେବା, ସମଗ୍ର ଜ୍ଞାନବାପୀ ମସଜିଦ ପରିସରକୁ ହିନ୍ଦୁ ପକ୍ଷଙ୍କୁ ଦେବା ଏବଂ ମସଜିଦ ପରିସରରେ ମୁସଲିମଙ୍କ ପ୍ରବେଶ ନିଷିଦ୍ଧ ସଂକ୍ରାନ୍ତରେ ୩ଟି ଦାବି କରାଯାଇଛି । ଏହି ୩ଟି ଦାବି ଉପରେ କୋର୍ଟ ଆଜି ରାୟ ଦେଇପାରନ୍ତି।

 ଜ୍ଞାନବାପୀ ମସଜିଦ ପରିସରରେ ଏବେ ମୁସଲିମ ପକ୍ଷଙ୍କୁ ପ୍ରାର୍ଥନା ପାଇଁ ଅନୁମତି ଥିବା ବେଳେ ହିନ୍ଦୁ ପକ୍ଷକୁ ନାହିଁ। ପୂର୍ବ ଶୁଣାଣି ସମୟରେ ବାରଣାସୀ କୋର୍ଟ ମସଜିଦ ପରିସରରୁ ମିଳିଥିବା ଶିବଲିଙ୍ଗର ବୈଜ୍ଞାନିକ ଅନୁଧ୍ୟାନ ପାଇଁ ମନା କରିଦେଇଥିଲେ ।

Comments are closed.