ବ୍ରହ୍ମପୁର: ବିନାୟକ ଆଚାର୍ଯ୍ୟ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଅସଦାଚରଣ ଏବଂ ଏହାର ଭିଡ଼ିଓ ଭାଇରାଲ୍ ଘଟଣାରେ ୧୨ ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କଲେଜର ଆଣ୍ଟି ରାଗିଂ କମିଟି ଓ ଶୃଙ୍ଖଳା କମିଟିର ସୁପାରିଶ କ୍ରମରେ ଏମାନଙ୍କୁ ବହିଷ୍କାର କରାଯାଇଛି। ସମସ୍ତଙ୍କୁ ବାଧ୍ୟତାମୂଳକ କଲେଜ ଲିଭିଂ ସାର୍ଟିଫିକେଟ(ସିଏଲ୍ସି)ପ୍ରଦାନ କରିଦିଆଯାଇଥିବା ଅଧ୍ୟକ୍ଷା ଡ. ପ୍ରମିଳା ଖାଡଙ୍ଗା କହିଛନ୍ତି। ଏହି ୧୨ ଜଣଙ୍କ ଭିତରେ ୩ ଜଣ ଛାତ୍ରଙ୍କୁ ପୋଲିସ ଗିରଫ କରିଥିବା ବେଳେ ୨ ନାବାଳକ ଛାତ୍ରଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଯାଇଛି।
ମଙ୍ଗଳବାର ଯୁକ୍ତ ଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ୧୨ ଜଣ ଛାତ୍ରଛାତ୍ରୀ ଅସଦାଚରଣ କରିଥିଲେ। ଯୁକ୍ତ ୩ େଶଷ ବର୍ଷରେ ପଢୁଥିବା ଛାତ୍ର ଅଭିଶେକ ନାହାକଙ୍କ ଇଙ୍ଗିତରେ ପିଡ଼ିତା ଛାତ୍ରୀଙ୍କୁ ସର୍ବସମ୍ମୁଖରେ ଅସଦାଚରଣ କରାଯାଇଥିଲା। ଅନ୍ୟ ଛାତ୍ରଛାତ୍ରୀମାନେ ଏହାର ଆନନ୍ଦ ନେଇଥିଲେ। ସେଠାରେ ୫ ଜଣ ଛାତ୍ରୀ ଉପସ୍ଥିତ ଥିଲେ ମଧ୍ୟ ବିରୋଧ ବଦଳରେ ମଜା ନେଇଥିଲେ। ବୁଧବାର ବଡବଜାର ଥାନା ପୋଲିସ ୫ ଜଣ ଛାତଙ୍କୁ କାବୁ କରି ଥାନାକୁ ଆଣିଥିଲା। ଗିରଫ ଛାତ୍ରମାନେ ହେଲେ ଯୁକ୍ତ ୩ ଦ୍ବିତୀୟ ବର୍ଷରେ ପଢୁଥିବା ତଥା ବ୍ରହ୍ମପୁର ଶାନ୍ତିନଗରର ଅଭିଶେଷ ନାହାକ ଓରଫ ବଣ୍ଟି(୨୨), ଗୁରୁମୂର୍ତ୍ତି ପେଣ୍ଠର ଶ୍ରୀଧର ନାହାକ(୧୯), ଲକ୍ଷ୍ମୀବିହାର ପ୍ରଥମ ଲାଇନର ଆଦିତ୍ୟ କୁମାର ସାହୁ(୨୦)। ଗୁରୁବାର ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ଏବଂ ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କଲେଜକୁ ଯାଇ ଅଧ୍ୟକ୍ଷା ଡା. ଖାଡ଼ଙ୍ଗାଙ୍କ ସହ ଆଲୋଚନା କରିଥିଲେ। ଭିଡିଓରେ ଥିବା ୧୨ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ସେମାନଙ୍କ ଠିକଣା ଓ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ। ସମସ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରିଥିଲେ। ଏହା ପରେ ବହିଷ୍କାର କରାଯାଇଥିଲା। ଏନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଜଣାଇଦିଆଯାଇଛି ବୋଲି କଲେଜର ଅଧ୍ୟକ୍ଷ ଡ. ଖାଡାଙ୍ଗା ସୂଚନା ଦେଇଛନ୍ତି।
BREAKING NEWS
- ଢାବା ଉପରେ ଚଢ଼ାଉ, ପୋଲିସକୁ ଗାଳିଗୁଲଜ: ବିଜେପି ଯୁବ ନେତା ବି. ସୋମନାଥ ପାତ୍ରଙ୍କୁ ଗିରଫ କଲା ଗୋପାଳପୁର ପୋଲିସ
- ଅପରାଧ ପ୍ରମାଣିତ ନହେବା ଯାଏଁ ଚାକିରିରୁ କାଢ଼ିପାରିବେନି ସରକାର: ସୁପ୍ରିମକୋର୍ଟ
- ପରୀକ୍ଷାରେ ତ୍ରୁଟିକୁ ବରଦାସ୍ତ କଲାନି ଏନଟିଏ, ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍
- ପୁରୁଷ ହକି ବିଶ୍ୱକପ୍ ୨୦୨୬: ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ, ନେଦରଲ୍ୟାଣ୍ଡ୍ସଠାରୁ ନିକଟରୁ ଶୋଚନୀୟ ପରାଜୟ
- Kotia map:ଗୁଗୁଲ୍ ମ୍ୟାପ୍ରେ କୋଟିଆର ଭୁଲ୍ ସୀମା;ସଂଶୋଧନ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ
- ଲୁହାପଥର ନେଇ ଓଡ଼ିଶାରୁ ସିଙ୍ଗାପୁର ଯାଉଥିବା ଜାହାଜ ବୁଡ଼ିଲା: ୨୪ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା ପାଇଁ ଉଦ୍ଧାର କାର୍ଯ୍ୟ ଜୋରଦାର
- କର୍ତ୍ତବ୍ୟରତ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଟିପିଏସ୍ଓଡିଏଲର ଦୃଢ କାର୍ଯ୍ୟାନୁଷ୍ଠାନ
- ଘୋଷଣା ହେଲା ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬, ଜାଣନ୍ତୁ ଓଡ଼ିଶାରୁ କିଏ ପାଇବେ…
- ଛାତ ଉପରେ ଥିବା ପୁରୁଣା ଡିସ୍ ଛତା ଆସିବ କାମରେ! ମାଗଣା ଚ୍ୟାନେଲ୍ ଦେଖିବା ପାଇଁ ଏମିତି କରନ୍ତୁ ବ୍ୟବହାର
- ପାରାଦୀପରେ ବଡ଼ ଅଘଟଣ; ମଝି ସମୁଦ୍ରରେ ବୁଡ଼ିଲା ଜାହାଜ, ୨୪ ଜଣଙ୍କୁ ଖୋଜୁଛି…

Comments are closed.