Latest Odisha News

BREAKING NEWS

ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-20

ବିଶ୍ବକପ୍ ସେମିଫାଇନାଲ ପରାଜୟ ପରେ ପ୍ରଥମ ଥର ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ୱେଲିଂଟନ୍‌: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଦୁଇ ଦଳ ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରୁ ପରାଜୟ ହେବା ପରେ ଏବେ ନ୍ୟୁଜିଲାଣ୍ଡ – ଟିମ୍‌ ଇଣ୍ଡିଆ ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି । ଆସନ୍ତାକାଲିଠୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ର ପ୍ରଥମ ମ୍ୟାଚ ଖେଳାଯିବ ।  ବିଶ୍ବକପ ପରାଜୟକୁ କ୍ରିକେଟ ପ୍ରଶଂସକମାନେ ଭୁଲି ନଥିବା ବେଳେ ନୂଆ ଅଧିନାୟକ ହାର୍ଦିକ ଜିତିବା ପାଇଁ  ଫୋକସ୍‌ ରଖିଥିବା କହିଛନ୍ତି । ସେପଟେ ଏବେ ବି ଟି-20ରେ ଆଇସିସି ମାନ୍ୟତାରେ ଭାରତ ପ୍ରଥମ ସ୍ଥାନରେ ଥିବାବେଳେ ସୂର୍ଯ୍ୟକୁମାର ନମ୍ବର ଓ୍ବାନ ବ୍ୟାଟସମ୍ୟାନ ତାଲିକାରେ ଅଛନ୍ତି ।

ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ରହିଛନ୍ତି ଶୁଭମନ ଗିଲ, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ,   ଦୀପକ ହୁଡ୍ଡା, ସଞ୍ଜୁ ସାମସନ, ଓ୍ବାଶିଂଟନ ସୁନ୍ଦର, ଯୁଜବେନ୍ଦ୍ର ଚହଲ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ ଏବଂ ଉମ୍ରାନ ମଲିକ ।  ପାଣ୍ଡ୍ୟାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ନେଟରେ ଝାଳ ବୁହାଇ ଅଭ୍ୟାସ କରିଛି  । ପ୍ରଥମ ମ୍ୟାଚ ଜିତିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ ।

 ଟିମ୍‌ ଇଣ୍ଡିଆର ବହୁ ବରିଷ୍ଠ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମାଙ୍କ ସମେତ ବିରାଟ କୋହଲି, କେଏଲ ରାହୁଲ, ଦିନେଶ କାର୍ତ୍ତିକ, ରବିଚନ୍ଦ୍ରନ ଅଶ୍ବିନଙ୍କୁୁ ବିଶ୍ରାମ ଦିଆଯାଇଛି । ଦ୍ବିତୀୟ ମ୍ୟାଚ୍‌ ୨୦ ତାରିଖ ମାଉଣ୍ଟ ମାଉନଗନୁଇ ଏବଂ ତୃତୀୟ ମ୍ୟାଚ୍‌ ୨୨ତାରିଖରେ ନେପିୟରରେ ଖେଳାଯିବ ।

Leave A Reply

Your email address will not be published.