ଭୁବନେଶ୍ବର: ଭାରତର ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି-ଦେଶ ପାଇଁ ଉତ୍କୃଷ୍ଟ ସେବା ପ୍ରଦାନ ଯୋଗୁଁ ଶ୍ରୀ ଅବସର ବେଉରିଆ ସ୍ମରଣୀୟ ହୋଇ ରହିବେ । ଓଡିଆ ଭାଷା ଓ ସଂସ୍କୃତିର ଜଣେ ବିଶିଷ୍ଟ ପ୍ରବକ୍ତା ଭାବରେ ତାଙ୍କର ଖ୍ୟାତି ରହିଛି । ତାଙ୍କ ବିୟୋଗରେ ମୁଁ ଦୁଃଖିତ । ତାଙ୍କ ବନ୍ଧୁବର୍ଗ ଏବଂ ପରିବାର ପ୍ରତି ଗଭୀର ସମବେଦନା । ଓମ୍ ଶାନ୍ତି
ଦେଶ ପାଇଁ ଉତ୍କୃଷ୍ଟ ସେବା ପ୍ରଦାନ ଯୋଗୁଁ ଶ୍ରୀ ଅବସର ବେଉରିଆ ସ୍ମରଣୀୟ ହୋଇ ରହିବେ l ଓଡିଆ ଭାଷା ଓ ସଂସ୍କୃତିର ଜଣେ ବିଶିଷ୍ଟ ପ୍ରବକ୍ତା ଭାବରେ ତାଙ୍କର ଖ୍ୟାତି ରହିଛି । ତାଙ୍କ ବିୟୋଗରେ ମୁଁ ଦୁଃଖିତ l ତାଙ୍କ ବନ୍ଧୁବର୍ଗ ଏବଂ ପରିବାର ପ୍ରତି ଗଭୀର ସମବେଦନା l ଓମ୍ ଶାନ୍ତି: ପ୍ରଧାନମନ୍ତ୍ରୀ @narendramodi
— PMO India (@PMOIndia) November 17, 2022
ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶ୍ରୀ ବେଉରାଙ୍କ ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଅବସର ବେଉରିଆ ଅବସର ଗ୍ରହଣ କରିବା ପରେ ବିଭିନ୍ନ ଉନ୍ନତିମୂଳକ ସାମାଜିକ କାର୍ଯ୍ୟରେ ସେ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହିବା ସହ ମାର୍ଗଦର୍ଶନ ଦେଉଥିଲେ ।
Comments are closed.