Latest Odisha News

ସଚିନ ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ, କଂଗ୍ରେସ ଅଧ୍ୟକ୍ଷଙ୍କ ଭିଡିଓକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ: ରାଜସ୍ଥାନର ବଦଳିବେ ମୁଖ୍ୟମନ୍ତ୍ରୀ। ନୂଆ ମୁଖ୍ୟମନ୍ତ୍ରୀ ହେବେ ସଚିନ ପାଇଲଟ। କଂଗ୍ରେସର ନୂଆ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ଘୋଷଣା କରିଛନ୍ତି। ‘ଭାରତ ଟାଇମ୍ସ’ ନାମକ ଏକ ଫେସବୁକ ପେଜରେ ଏକ ଭିଜିଓ ପୋଷ୍ଟ କରାଯାଇଥିଲା। ଯେଉଁଥିରେ ଖଡଗେ ଏଭଳି କିଛି କହିଥିବା ସୂଚନା ରହିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ରାଜସ୍ଥାନରେ ବିଦ୍ରୋହ କରିଥିବାରୁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ଦଣ୍ଡ ଦିଆଯିବ ବୋଲି ସେହି ଫେସବୁକ ପୋଷ୍ଟରେ ଉଲ୍ଲେଖ ରହିଛି। ସଚିନ୍ ପାଇଲଟ୍ ନୂଆ ମୁଖ୍ୟମନ୍ତ୍ରୀ ହେବେ। ଭାଇରାଲ ହୋଇଥିବା ଭିଡିଓରେ କଂଗ୍ରେସର ପରିବର୍ତ୍ତନ ରାଲିର ବୋଲି ଜଣାପଡିଛି।

ନଭେମ୍ବର ୯ରେ ଖାଡଗେ ହିମାଚଳ ପ୍ରଦେଶ ନିର୍ବାଚନ ପ୍ରଚାପ ପାଇଁ ଶିମଲାରେ ପହଞ୍ଚିଥିଲେ। ଏହି ସମୟରେ ରାଲି କରିବା ବେଳେ  ଦଳ ସରକାର ଗଢିଲେ ପୁରୁଣା ପେନ୍‌ସନ ଦିଆଯିବ ବୋଲି କହିଥିଲେ। ବେକାରୀଙ୍କୁ ଚାକିରି ସମେତ ଅନେକ ପ୍ରସଙ୍ଗରେ ନିଜର ବକ୍ତବ୍ୟ ଦେଇଥିଲେ।

ରାଜସ୍ଥାନରେ ‘ଭାରତ ଯୋଡ’ ଯାତ୍ରା ଆରମ୍ଭ ହେବ ବୋଲି ସୂଚନା ରହିଛି। ଏ ନେଇ ସଚିନ ପାଇଲଟ ଦିଲ୍ଲୀ ଆସି ଆଲୋଚନା କରିଥିଲେ। ଏହି ଯାତ୍ରାରେ ଖଡଗେ ମଧ୍ୟ ସାମିଲ ହେବେ। ଏହି ସମୟରେ ନୂଆ ମୁଖ୍ୟମନ୍ତ୍ରୀ ନେଇ ମୂଳଦୁଆ ପଡିପାରେ ବୋଲି ରାଜସ୍ଥାନ ମିଡିଆରେ ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ, ସଚିନ୍ ପାଇଲଟ୍ ଏବଂ ଅଶୋକ ଗେହଲୋଟଙ୍କ ମଧ୍ୟରେ କନ୍ଦଳ ରହିଛି। ଉଭୟ ପରସ୍ପର ଉପରେ ବିଷେଦଗାର କରୁଛନ୍ତି। ସେପଟେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଭିଡିଓ ଭାଇରାଲ ହେବା ପରେ ରାଜସ୍ଥାନ ରାଜନୀତିରେ ତାତି ଦେଖିବାକୁ ମିଳିଛି।

Comments are closed.