Latest Odisha News

BREAKING NEWS

ଘିଅ ନୁହେଁ, ପାଣିରେ ଜଳୁଛି ଦୀପ: କେଉଁ ମନ୍ଦିରରେ ଜାଣନ୍ତୁ !

ମଧ୍ୟପ୍ରଦେଶର ନଲଖେଡ଼ା ନିକଟସ୍ଥ କାଳିସିନ୍ଧ ନଦୀ କୂଳରେ ରହିଛି ଏକ ଅଦ୍ଭୁତ ମନ୍ଦିର। ଗଡ଼ିଆଘାଟ ମାତା ନାମରେ ପ୍ରସିଦ୍ଧ ଏହି ମନ୍ଦିରର ଏକ ଅଲୌକିକ ଘଟଣା ବିଶ୍ୱବିଖ୍ୟାତ । ମନ୍ଦିରରେ ସାଧାରଣତଃ ଲୋକେ ଘିଅ ବା ତେଲ ସହାୟତାରେ ଦୀପ ଜାଳି ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି।

ମାତ୍ର ଏଠାରେ ଏମିତି ଏକ ଦୀପ ରହିଛି, ଯାହା ଘିଅ କି ତେଲ ନୁହେଁ ବରଂ ପାଣିରେ ଜଳୁଛି। ଆରମ୍ଭରୁ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟି ନ ଥିଲା। ଗତ ୫ ବର୍ଷ ପୂର୍ବେ ହଠାତ୍‌ ମନ୍ଦିରର ପୂଜକଙ୍କୁ ମା’ ପାଣିରେ ଦୀପ ଜାଳିବାକୁ ସ୍ୱପ୍ନାଦେଶ କଲେ। ସକାଳୁ ଉଠି ପୂଜକ କାଳିସିନ୍ଧ ନଦୀରୁ ପାଣି ଆଣି ଦୀପ ଜଳାଇଲେ। ଆଶ୍ଚର‌୍ୟ୍ୟଜନକ ଭାବେ ଦୀପଟି ସୁରୁଖୁରୁରେ ଜଳିବାକୁ ଲାଗିଲା।

ଘଟଣା ଚାରିଆଡ଼େ ପ୍ରଚାର ହେଲା। ପ୍ରଥମେ ଏହି ଘଟଣା ଉପରେ କେହି ବିଶ୍ୱାସ କରୁ ନ ଥିଲେ। କିନ୍ତୁ ପରେ ସମସ୍ତେ ଦୀପରେ ପାଣି ଦେଇ ଜଳାଇବା ପରେ ତଟସ୍ଥ ହୋଇଗଲେ। ସେବେଠୁ ଆଜିଯାଏ ଏଠାରେ କାଳିସିନ୍ଧ ନଦୀ ଜଳରେ ହଁ ଦୀପ ଜଳି ଆସୁଛି । ମା’ଙ୍କ ଏହି ମହିମାକୁ ଦେଖିବାକୁ ଦୂର ଦୂରାନ୍ତରୁ ଲୋକେ ଆସିଥାନ୍ତି !

Leave A Reply

Your email address will not be published.