Latest Odisha News

BREAKING NEWS

ଓଡ଼ିଶାର ଏହି ଅନୁଷ୍ଠାନରେ ନିର୍ମିତ ହୁଏ ‘ଚନ୍ଦ୍ର ଅଭିଯାନ’ରେ ବ୍ୟବହୃତ ଯନ୍ତ୍ରାଂଶ

ଭୁବନେଶ୍ୱର: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ – ଚାନ୍ଦ୍ରାୟଣ-୨ ଏହିମାସର ଶେଷଭାଗରେ ଯାତ୍ରାରମ୍ଭ କରୁଥିବା ବେଳେ ଏହାର କେତେକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି ଓଡ଼ିଶାରେ ତିଆରି ହୋଇଛି ।

ଭାରତର ଏହି ଶକ୍ତିଶାଳୀ ଜିଏସଏଲଭି ଏମକେ ୩ ରକେଟର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି ଭୁବନେଶ୍ୱରସ୍ଥିତ ‘ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଏଣ୍ଡ ଟ୍ରେନିଂ ଇନଷ୍ଟିଚ୍ୟୁଟ’ (ସିଟିଟିସି)ରେ ନିର୍ମିତ ହୋଇଛି ।

ରକେଟର କେଉଁ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ସିଟିଟିସିରେ ନିର୍ମିତ ଜାଣନ୍ତୁ

 

  •  ଏହି ରକେଟର କ୍ରାୟୋଜେନିକ୍ ଇଞ୍ଜିନ୍ ସିଟିଟିସିରେ ହିଁ ନିର୍ମିତ ହୋଇଛି ।
  •  ପିଟିଆଇରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ରକେଟରେ ବ୍ୟବହୃତ ହେଉଥିବା ଫୁଏଲ୍ ଇଞ୍ଜେକ୍ସନ ଲାଗି ୨୨ ପ୍ରକାରର ଭାଲ୍ଭ ନିର୍ମିତ ହୋଇଛି ସିଟିଟିସିରେ ।
  •  ଏହି ଚନ୍ଦ୍ରଯାନ ‘ପ୍ରଜ୍ଞା’ର ୬ଟି ଚକରେ ବ୍ୟବହୃତ ହୋଇଥିବା ଲିମ୍ବ୍ ରେ ଚନ୍ଦ୍ରରେ ଭୂତତ୍ତ୍ୱ ନିରୁପଣ ସମ୍ପର୍କରେ ବିଭିନ୍ନ ତଥ୍ୟ ଦେଇପାରିବ । ଏହି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରଟି ଭୁବନେଶ୍ୱରସ୍ଥିତ ସିଟିଟିସିଠାରେ ନିର୍ମିତ ହୋଇଛି ।
  •  ଏହାବ୍ୟତୀତ ଏହି ଚନ୍ଦ୍ରଯାନରେ ରହିଛି କେତୋଟି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଯାହାକି ଚନ୍ଦ୍ର ଚାରିପଟେ ପ୍ରଦକ୍ଷିଣ କରିବା ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଇପାରିବ । ଏହିସବୁ ମୂଲ୍ୟବାନ ଯନ୍ତ୍ରାଂଶ ଭୁବନେଶ୍ୱରର ଏହି ଅନୁଷ୍ଠାନରେ ନିର୍ମାଣ କରାଯାଇଛି ।
  •  ଭୁବନେଶ୍ୱରସ୍ଥିତ ଏହି ସିଟିଟିସି ୨୦୧୬ ମସିହାରୁ ‘ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ’ (ଇସ୍ରୋ) ସହିତ ଅନୁବନ୍ଧିତ ହୋଇଛି । ଏହି ଅନୁବନ୍ଧନ ଅନୁଯାୟୀ ଇସ୍ରୋ ସଂସ୍ଥାର ବିଭିନ୍ନ ଅନ୍ତରୀକ୍ଷ ଯାନ ଲାଗି ଭିନ୍ନ ଭିନ୍ନ ଯନ୍ତ୍ରାଂଶ ଯୋଗାଇଦେବ ।
  •  ଓଡ଼ିଶାର ରାଜଧାନୀରେ ସ୍ଥିତ ଏହି ଅନୁଷ୍ଠାନଟି ଦ୍ୱାରା ୨୦୧୭ ମସିହାରୁ ବିଭିନ୍ନ ମୂଲ୍ୟବାନ ଯନ୍ତ୍ରାଂଶ ନିର୍ମାଣ କରାଯାଇ ପଠାଯାଉଛି । ଭାରତର ଚନ୍ଦ୍ରାୟନ – ୧ ଅଭିଯାନ ଲାଗି ସମସ୍ତ ପ୍ରକାର ମୂଲ୍ୟବାନ ଯନ୍ତ୍ରାଂଶ ପଠାଉଛି ସିଟିଟିସି ।
Leave A Reply

Your email address will not be published.