Latest Odisha News

BREAKING NEWS

ଟିଭି, ଫ୍ରିଜ୍ ନ କିଣିବା ଲାଗି ଲୋକଙ୍କୁ ସତର୍କ କଲେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍

ନୂଆଦିଲ୍ଲୀ: ଲୋକଙ୍କୁ ଆମାଜନ ପ୍ରତିଷ୍ଠାତାଙ୍କ ସତର୍କବାଣୀ । ଏବେ କିଣ ନାହିଁ ଟିଭି, ଫ୍ରିଜ୍ । ଆମାଜନର ପ୍ରତିଷ୍ଠାତା ତଥା ବିଲିଅନାରି ଜେପ୍ ବେଜୋସ୍ ଏବେ କୌଣସି ବଡ଼ ଧରଣର କିଣାକିଣି ନ କରିବା ଲାଗି ଲୋକଙ୍କୁ ଉପେଦଶ ଦେଇଛନ୍ତି । ଛୁଟି ସମୟରେ ଅଧିକ କିଣାକିଣି ଦେଶ ପାଇଁ ମାନ୍ଦାବସ୍ଥା ଆଣିପାରେ ବୋଲି କହିଛନ୍ତି ଜେଫ୍ ବେଜୋସ୍ ।

ବିଶିଷ୍ଟ ବ୍ୟବସାୟୀ ଜେଫ୍ ବେଜୋସଙ୍କ ଏଭଳି ପରାମର୍ଶ ଲୋକଙ୍କ ନିଦ ହଜାଇ ଦେଇଛି । ସିଏନ୍ଏନକୁ ଜେଫ୍ ବେଜୋସ୍ କହିଛନ୍ତି, ଆଗାମୀ କିଛି ମାସ ଯାଏ ଗ୍ରାହକ କିଣାକିଣି ନକରି ଟଙ୍କା ନିଜ ପାଖରେ ରଖନ୍ତୁ । ଏପରିକି ଲୋକେ ନୂଆ କାର ଏବଂ ଟିଭି ଉପରେ ଖର୍ଚ୍ଚ ନ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି ।

ବଡ଼ ଟିଭି, କାର, ଫ୍ରିଜ୍ କିଣିବା ଉପରେ ଟଙ୍କା ଖର୍ଚ୍ଚ ନକରି ଅପେକ୍ଷା କରିବାକୁ କହିଛନ୍ତି । ତାଙ୍କ ଅନୁସାରେ, ଏବେ ଆର୍ଥିକ ସ୍ଥିତି ଭଲ ଥିବା ଭଳି ଲାଗୁ ନାହିଁ, ସବୁ କିଛି ଖସୁଛି । ଅନେକ କ୍ଷେତ୍ରରେ କର୍ମଚାରୀଙ୍କୁ ଛଟେଇ କରାଯାଉଛି । ଗତ ସପ୍ତାହରେ ଆମାଜନ ପ୍ରାୟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା ।

ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ ଏଭଳି ପରାମର୍ଶ ଆମେରିକାର ଲୋକଙ୍କୁ ଦେବା ପରେ ଦେଶର ଅର୍ଥନୀତିକୁ ନେଇ ସମସ୍ତେ ଆଶଙ୍କା ଭିତରେ ରହିଛନ୍ତି । ଗତବର୍ଷ ଆମାଜନର ସିଇଓ ପଦରୁ ଓହରି ଏବେ ଜେଫ୍ ବେଜୋସ୍ କାର୍ଯ୍ୟକାରୀ ସଭାପତି ଅଛନ୍ତି ।… ବ୍ୟୁରୋ ରିପୋର୍ଟ… ଓଡ଼ିଶା ସମ୍ବାଦ…

Leave A Reply

Your email address will not be published.