Latest Odisha News

BREAKING NEWS

ଚମକିଲେ ସୂର୍ଯ୍ୟ, ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଚମକପ୍ରଦ ବିଜୟ

ମାଂଉଟ ମାଙ୍ଗାନୁଇ: ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ବଳରେ ଭାରତ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬୫ ରନରେ ଶୋଚନୀୟ ଭାବେ ପରାଜିତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୬ ୱିକେଟ ହରାଇ ୧୯୧ ରନ ସଂଗ୍ରହ କରିଥିଲା । ସୂର୍ଯ୍ୟକୁମାର ୫୧ ବଲରେ ୧୧ ଚୌକା ଓ ୭ ଛକା ସହାୟତାରେ ୧୧୧ ରନ କରି ଅପରାଜିତ ରହିଥିଲେ । ଈଶାନ କିଶାନ ୩୬ରନର ଇନିଂସ ଖେଳିଥିଲେ । ଟିମ ସାଉଥି ୩ଟି ଓ ଲକି ଫର୍ଗୁଶନ ୨ଟି ୱିକେଟ ଅକ୍ତିଆର କରିଥିଲେ । ୧୯୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୧୮.୫ ଓଭରରେ ୧୨୬ ରନ କରି ଅଲଆଉଟ ହୋଇ ଯାଇଥିଲା । କେନ ୱିଲିୟମସନ ୬୨ ରନ କରିଥିଲେ । ଏହି ମ୍ୟାଚରେ କିନ୍ତୁ ସାଉଥୀଙ୍କ ହ୍ୟାଟ୍ରିକ ଆଗରେ ଭାରୀ ପଡିଥିଲା ସୂର୍ଯ୍ୟଙ୍କ ଇନିଂସ । ଭାରତ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ଦୀପକ ହୁଦା ୪ଟି ୱିକେଟ ଅକ୍ତିଆର କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସିରିଜ ଓ ୟୁଜଭେନ୍ଦ୍ର ଚହଲ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ସୁର୍ଯ୍ୟକୁମାର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ସିରିଜର ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ର ଅଗ୍ରଣୀ ହାସଲ କରିଛି ।

Leave A Reply

Your email address will not be published.