Latest Odisha News

‘ବିଧାୟକ ଆମକୁ କାମ କରିବାକୁ ଦିଅନ୍ତୁ’: ଭଦ୍ରକ ପୌରାଧ୍ୟକ୍ଷା

ଭଦ୍ରକ: ଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲ୍ଲିକଙ୍କ ନାଁରେ ଗୁରୁତର ଅଭିଯୋଗ । ଅସହଯୋଗର ଅଭିଯୋଗ ଆଣିଛନ୍ତି ଭଦ୍ରକ ପୌରାଧ୍ୟକ୍ଷା ଗୁଲମୁଖି ହବିବ୍ । ପୌରପାଳିକାର ବିଭିନ୍ନ ଉନ୍ନୟନମଳକ କାର୍ଯ୍ୟରେ ବାଧକ ସାଜୁଛନ୍ତି ବିଧାୟକ । କିଛି କାଉନସିଲରଙ୍କୁ ସେ ମିସ୍ ଗାଇଡ୍ କରୁଛନ୍ତି । ସେମାନଙ୍କୁ ଚାପ ପକାଉଛନ୍ତି । ଏପରି  ସିଧାସଳଖ  ଅଭିଯୋଗ ଆଣିଛନ୍ତି ପୌରାଧ୍ୟକ୍ଷା ।

ଗତ ୮ ମାସରେ ଅନେକ ଉନ୍ନୟନମୂଳକ କାମ ସେ କରାଇଛନ୍ତି । ହେଲେ କିଛି କାଉନସିଲର ବିଧାୟକଙ୍କ କଥାରେ ପ୍ରରୋଚିତ ହୋଇ ଅଯଥା ବୈଠକରେ ସେଗୁଡିକୁ ବିରୋଧ କରୁଛନ୍ତି । ସେପଟେ ପୌରଧ୍ୟକ୍ଷାଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ବିଧାୟକ । ପୌରପାଳିକାରେ ଉନ୍ନତିରେ ସେ ସବୁବେଳେ ସହଯୋଗ କରନ୍ତି ଓ ଆଗକୁ ମଧ୍ୟ ଜାରି ରଖିବେ ବୋଲି କହିଛନ୍ତି ।

Leave A Reply

Your email address will not be published.