ରମାକାନ୍ତ ନାୟକ
ମୁଁ ଚୁପ୍ ଚାପ୍ ଏବେ, ଏଠି ସେଠି ସବୁଠି
ମୋ ସଂସାର ଭିତରେ ଅବା ବାହାରେ
ସାଇପଡ଼ିଶାଙ୍କ ଟୁପ୍ ଟାପ୍
ଟାହି ଟାପୁରାରେ
ଏବେ ତୁମ ଯିବା ଆସିବାକୁ
କେହି ନିଘା କରୁନାହିଁ
ମୋ ଭଉଣୀ କୁଟିଳା କିମ୍ଵା
ମୋ ମାଆ ଜଟିଳା ନୀରବି ଗଲେଣି
ମୋ ପରି ସେ ଜାଣିତ ଗଲେଣି
ତୁମେ ଉଜାଣୀ ନଈଟିଏ
ଗତି ତୁମ ଆଗକୁ ଆଗକୁ
ଯେଉଁଠାରେ ଖୋଲାଡିହ ଜମିବାଡ଼ି କ୍ଷେତଛୁଏଁ
ଦୁରନ୍ତ ନୀଳ ଆକାଶକୁ
ମୁଁ କେବଳ ବ୍ୟତିବ୍ୟସ୍ତ
ଜହ୍ନ କାଳେ ଡୁବି ଯିବ ଅଥବା ସୂର୍ଯ୍ୟାଲୋକେ ବାଟ ବଦଳିବ
ମୋ ଠାରୁ ମୁଁ ବିଚ୍ଛିନ୍ନ ହୋଇଯିବି
ତାହାସହ ମୋର ସବୁ ଦୁଷ୍କୃତ ସୁକୃତ
ଅନ୍ଧାରୁଆ ଜୀବନରେ ହଠାତ୍ ଉଜ୍ଜଳ ଆଲୋକ ଦେଖାଯିବ,
ଧୀରେ ଧୀରେ ଅପସରି ଯିବ
ମୋଠାରୁ ଦୂରକୁ ଦୂରକୁ ।
ମୁଁ ଜାଣେ ମୋ ଜନ୍ମ ଇତିହାସ
ଯାହା ଥିଲି ତ୍ରେତୟା ଯୁଗରେ
ଏବେ ଦ୍ଵାପର ଯୁଗରେ
ହୁଏତ ମୋ ନପାରିବା ପଣକୁ ନେଇ
ଛନ୍ଦିହୋଇ ତମ ପାରିବା ପଣରେ ।
ମୁଁ ବୁଝିଲି, ତୁମେ ଏକ
ଦେହାତୀତ ଆତ୍ମା
ତୁମେ ଏକ ନାରୀ ନୁହଁ
ପୁରୁଷ ବି ନୁହଁ
ମୋପରି ଅଣପୁରୁଷା ବି ନୁହଁ
ତମେ ସବୁ ଉଦଗ୍ରୀବର
ଶୂନ୍ୟସ୍ଥାନଟିଏ
ମୁଁ ମରୁଭୂମିର ମରୀଚିକା ପରି
ଓଟର ଗ୍ରୀବାଟିଏ
ତମେ ମୃତ୍ୟୁଞ୍ଜୟ ତୁଳସୀର ଶତଦଳ
ସର୍ବଭୂତା,ଅପରୂପା , ରସଗମ୍ୟା
ପ୍ରେମପ୍ରିୟା ରାସେଶ୍ଵର
ପ୍ରାଣନିଧି ତୁମେ
ଥିଲ ଅଛ ରହିଥିବ
ତମେ ତମର ନୁହଁ।
ତମେ ଶୁଣ, କଦମ୍ବ ବନରେ
ଗୁପ୍ତ ବୃନ୍ଦାବନେ
ମଧୁର ବେଣୁର ସ୍ଵନ
ମୁଁ ଶୁଣେ ତାଳବଣ ସେପାରିରୁ
ଭାସି ଆସୁଥିବା ଶକୁନ ଅବା
ଶ୍ୱାନର କ୍ରନ୍ଦନ
ଦେଖୁଥିବି ପାହାନ୍ତିଆ ତାରାକୁ
ମୋ ହାଡୁଆମୁହଁ କରୋଡ ଭିତରୁ ଆଖି ଦୁଇଟିରେ
ଧୀରେ ଧୀରେ ମୁଁ ଘୁଞ୍ଚି ଘୁଞ୍ଚି ଯାଉଥିବି
ଦକ୍ଷିଣାୟନରେ ଅବା ଉତ୍ତରାୟଣରେ
ମୋ ଦେହ ଶିଥିଳ ହୋଇଯିବ
ଯନ୍ତ୍ରଣାରୁ ବେଦନାରୁ ମୁକ୍ତ ହୋଇଯିବ
ଶୁଭିବ ସେହି ବଂଶୀ ସ୍ଵନର
ମଧୁର ରାଗିଣୀ
ମୋର ହାତ ନଥିବ ଗୋଡନଥିବ
ମୁଁ ନୀରବି ଯିବି ମୋ ଦେହର ସଂସାରରେ
ମୁଁ ଲୀନ ହୋଇ ଯିବି
ଶୁନ୍ୟରେ ମହାଶୂନ୍ୟରେ
ମୋ ପାଇଁ ତମ ପରଶରେ
ଅଥବା ତମ ପାଦଦର୍ଶନରେ ।
ପଦ୍ମାମାୟା ପୁରୀ, ଚରମ୍ପା, ଭଦ୍ରକକବିତା : ଚନ୍ଦ୍ରସେଣା
ରମାକାନ୍ତ ନାୟକ
ମୁଁ ଚୁପ୍ ଚାପ୍ ଏବେ, ଏଠି ସେଠି ସବୁଠି
ମୋ ସଂସାର ଭିତରେ ଅବା ବାହାରେ
ସାଇପଡ଼ିଶାଙ୍କ ଟୁପ୍ ଟାପ୍
ଟାହି ଟାପୁରାରେ
ଏବେ ତୁମ ଯିବା ଆସିବାକୁ
କେହି ନିଘା କରୁନାହିଁ
ମୋ ଭଉଣୀ କୁଟିଳା କିମ୍ଵା
ମୋ ମାଆ ଜଟିଳା ନୀରବି ଗଲେଣି
ମୋ ପରି ସେ ଜାଣିତ ଗଲେଣି
ତୁମେ ଉଜାଣୀ ନଈଟିଏ
ଗତି ତୁମ ଆଗକୁ ଆଗକୁ
ଯେଉଁଠାରେ ଖୋଲାଡିହ ଜମିବାଡ଼ି କ୍ଷେତଛୁଏଁ
ଦୁରନ୍ତ ନୀଳ ଆକାଶକୁ
ମୁଁ କେବଳ ବ୍ୟତିବ୍ୟସ୍ତ
ଜହ୍ନ କାଳେ ଡୁବି ଯିବ ଅଥବା ସୂର୍ଯ୍ୟାଲୋକେ ବାଟ ବଦଳିବ
ମୋ ଠାରୁ ମୁଁ ବିଚ୍ଛିନ୍ନ ହୋଇଯିବି
ତାହାସହ ମୋର ସବୁ ଦୁଷ୍କୃତ ସୁକୃତ
ଅନ୍ଧାରୁଆ ଜୀବନରେ ହଠାତ୍ ଉଜ୍ଜଳ ଆଲୋକ ଦେଖାଯିବ,
ଧୀରେ ଧୀରେ ଅପସରି ଯିବ
ମୋଠାରୁ ଦୂରକୁ ଦୂରକୁ ।
ମୁଁ ଜାଣେ ମୋ ଜନ୍ମ ଇତିହାସ
ଯାହା ଥିଲି ତ୍ରେତୟା ଯୁଗରେ
ଏବେ ଦ୍ଵାପର ଯୁଗରେ
ହୁଏତ ମୋ ନପାରିବା ପଣକୁ ନେଇ
ଛନ୍ଦିହୋଇ ତମ ପାରିବା ପଣରେ ।
ମୁଁ ବୁଝିଲି, ତୁମେ ଏକ
ଦେହାତୀତ ଆତ୍ମା
ତୁମେ ଏକ ନାରୀ ନୁହଁ
ପୁରୁଷ ବି ନୁହଁ
ମୋପରି ଅଣପୁରୁଷା ବି ନୁହଁ
ତମେ ସବୁ ଉଦଗ୍ରୀବର
ଶୂନ୍ୟସ୍ଥାନଟିଏ
ମୁଁ ମରୁଭୂମିର ମରୀଚିକା ପରି
ଓଟର ଗ୍ରୀବାଟିଏ
ତମେ ମୃତ୍ୟୁଞ୍ଜୟ ତୁଳସୀର ଶତଦଳ
ସର୍ବଭୂତା,ଅପରୂପା , ରସଗମ୍ୟା
ପ୍ରେମପ୍ରିୟା ରାସେଶ୍ଵର
ପ୍ରାଣନିଧି ତୁମେ
ଥିଲ ଅଛ ରହିଥିବ
ତମେ ତମର ନୁହଁ।
ତମେ ଶୁଣ, କଦମ୍ବ ବନରେ
ଗୁପ୍ତ ବୃନ୍ଦାବନେ
ମଧୁର ବେଣୁର ସ୍ଵନ
ମୁଁ ଶୁଣେ ତାଳବଣ ସେପାରିରୁ
ଭାସି ଆସୁଥିବା ଶକୁନ ଅବା
ଶ୍ୱାନର କ୍ରନ୍ଦନ
ଦେଖୁଥିବି ପାହାନ୍ତିଆ ତାରାକୁ
ମୋ ହାଡୁଆମୁହଁ କରୋଡ ଭିତରୁ ଆଖି ଦୁଇଟିରେ
ଧୀରେ ଧୀରେ ମୁଁ ଘୁଞ୍ଚି ଘୁଞ୍ଚି ଯାଉଥିବି
ଦକ୍ଷିଣାୟନରେ ଅବା ଉତ୍ତରାୟଣରେ
ମୋ ଦେହ ଶିଥିଳ ହୋଇଯିବ
ଯନ୍ତ୍ରଣାରୁ ବେଦନାରୁ ମୁକ୍ତ ହୋଇଯିବ
ଶୁଭିବ ସେହି ବଂଶୀ ସ୍ଵନର
ମଧୁର ରାଗିଣୀ
ମୋର ହାତ ନଥିବ ଗୋଡନଥିବ
ମୁଁ ନୀରବି ଯିବି ମୋ ଦେହର ସଂସାରରେ
ମୁଁ ଲୀନ ହୋଇ ଯିବି
ଶୁନ୍ୟରେ ମହାଶୂନ୍ୟରେ
ମୋ ପାଇଁ ତମ ପରଶରେ
ଅଥବା ତମ ପାଦଦର୍ଶନରେ ।
ପଦ୍ମାମାୟା ପୁରୀ, ଚରମ୍ପା, ଭଦ୍ରକ |।