Balianta Murder case:ସୌମ୍ୟ ହତ୍ୟା ମାମଲା:ଆଉ ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ,ଅଭିଯୁକ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି
ଭୁବନେଶ୍ବର:ବହୁ ଚର୍ଚ୍ଚିତ ସୌମ୍ୟ ମୃତ୍ୟୁ ମାମଲାରେ ଆଉ ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ ।ଢେଙ୍କାନାଳରୁ ପ୍ରଦୀପକୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତ ବାଲିଅନ୍ତା ଥାନା ବେଣୁପୁର ଗାଁର ପ୍ରଦୀପ ମଙ୍ଗରାଜ (୪୬)। ବର୍ତ୍ତମାନ ସୌମ୍ୟ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି।
ସୂଚନାଥାଉକି, ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ ଅଧିକ ଖୋଳତାଡ କରିବା ପାଇଁ ଜାତୀୟ ମାନବାଧିକାର କମିଶନ (NHRC)ଙ୍କ ଟିମ୍ ଓଡ଼ିଶା ଆସିଛନ୍ତି । ଆସନ୍ତା ୫ ତାରିଖ ଯାଏ ଏହି ଦୁଇ ଜଣିଆ ଟିମ୍ ଭୁବନେଶ୍ୱରରେ ରହି ବହୁଚର୍ଚ୍ଚିତ ବାଲିଅନ୍ତା ବର୍ବରକାଣ୍ଡର ତଦନ୍ତ କରିବେ । ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଟିମ୍ ତଦନ୍ତ କରି ରିପୋର୍ଟ ମଧ୍ୟ ଦାଖଲ କରିବେ ।ଆଜି ବାଲିଅନ୍ତାର ଅପରାଧସ୍ଥଳ ସହ ସୌମ୍ୟଙ୍କ ଗାଁକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରିପାରେ ଟିମ୍ ।