ହିଜାବ ବିରୋଧୀଙ୍କୁ ସମର୍ଥନ କରି ଜାତୀୟ ସଂଗୀତ ଗାଇଲେନି ଇରାନ ଖେଳାଳି
ମହିଳା ପ୍ରଦର୍ଶନକାରୀଙ୍କୁ ଫିଫା ବିଶ୍ବକପରେ ସମର୍ଥନ କଲେ ଇରାନର ଜାତୀୟ ଫୁଟବଲ ଖେଳାଳି
କତାର: ଇରାନରେ ହିଜାବ ବିରୋଧରେ ମହିଳାମାନଙ୍କ ଆନ୍ଦୋଳନକୁ ନେଇ ସାରା ବିଶ୍ବରେ ଚର୍ଚା ହେଉଛି । ଏହାକୁ ନେଇ ଇରାନ ସରକାର ବିରୋଧୀଙ୍କ ଉପରେ ନିର୍ଯାତନା ଦେବା ସହ କଠୋର ଦମନ ନୀତି ଚଳାଇଥିବା ଅଭିଯୋଗ ହେଉଛି । ତେବେ ହିଜାବ ବିରୋଧୀ ଆନ୍ଦୋଳନକୁ ଫିଫା ବିଶ୍ବକପରେ ସମର୍ଥନ କରିଛନ୍ତି ଇରାନ ଫୁଟବଲ ଖେଳାଳି । ଖାଲି ସମର୍ଥନ କରିନାହାଁନ୍ତି ଏପରିକି ହିଜାବ ବିରୋଧୀ ମହିଳାଙ୍କୁ ସମର୍ଥନ କରି ଜାତୀୟ ସଂଗୀତ ଗାନ ବେଳେ ଚୁପଚାପ ଠିଆ ହୋଇଥିଲେ ଇରାନ ଟିମର ଖେଳାଳି । କତାରରେ ଚାଲିଥିବା ଫିଫା ବିଶ୍ୱକପରେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚାର୍ଯ୍ୟ କରିଛି ।
Iran players refuse to sing the national anthem before their World Cup match v England.#ENGIRN #IranProtests #IranRevolution2022 #WorldCup pic.twitter.com/VgaPf4R1yZ
— James Melville (@JamesMelville) November 21, 2022
ଇରାନ ଫୁଟବଲ ଦଳର ଖେଳାଳିମାନେ ଆଜି ବିଶ୍ବକପ୍ ର ଦ୍ବିତୀୟ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ପଡିଆକୁ ଓହ୍ଲାଇଥିଲେ । ଖେଳ ଆରମ୍ଭ ପୂର୍ବରୁ ଖେଳାଳିମାନେ ଜାତୀୟ ସଂଗୀତ ଗାନ କରିବାକୁ ମନା କରିଦେଇଥିବା ଦେଖିବାକୁ ମିଳିଥିଲା ।
ଖଲିଫା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଜାତୀୟ ସଂଗୀତ ବାଜିବାବେଳେ ସମସ୍ତ 11 ଖେଳାଳି ଚୁପଚାପ୍ ଠିଆ ହୋଇଥିଲେ। ଏହି ସମୟରେ ସେମାନେ ବହୁତ ଭାବପ୍ରବଣ ହୋଇଥିଲେ ।
Iran's players did not sing their national anthem before their opening #WorldCup2022 game against England Monday. Captain Alireza Jahanbakhsh had said the team would decide "collectively" whether to refuse to sing in support of anti-government protesters ▶️https://t.co/Vo57L0aUUg pic.twitter.com/NdsSuYOmnn
— AFP News Agency (@AFP) November 21, 2022
ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ପୋଲିସ ହେପାଜତରେ 22 ବର୍ଷୀୟ ମହସା ଆମିନୀଙ୍କ ଠିକ୍ ଭାବରେ ହିଜାବ ପିନ୍ଧି ନଥିବାରୁ ଇରାନର ମୋରାଲ ପୋଲିସ ତାଙ୍କୁ ଗିରଫ କରିଥିଲା । ହାଜତରେ ତାଙ୍କର ମୃତ୍ୟୁ ପରଠାରୁ ଇରାନରେ ବିରୋଧ ଜାରି ରହିଛି। ମହିଳାମାନେ ରାସ୍ତାରେ ହିଜାବ୍ ବିରୋଧୀ ଆନ୍ଦୋଳନ ଚଳାଇଛନ୍ତି । ଅନେକ ମହିଳା ଭିଡିଓ ରେ କେଶ କାଟି ଭାଇରାଲ କରୁଛନ୍ତି । ସେପଟେ ଇରାନରେ ପ୍ରଦର୍ଶନକାରୀଙ୍କୁ ଦମନ କରିବା ପାଇଁ ଲାଠିଚାର୍ଜ କରାଯାଉଛି। ଶତାଧିକ ଆନ୍ଦୋଳନକାରୀଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏହି ଆନ୍ଦୋଳନକୁ ଏବେ ଫୁଟବଲ ଟିମ୍ ର ସମର୍ଥନ ମିଳିଛି । ସେପଟେ ଖେଳାଳିମାନଙ୍କର ଏହି ସମୟର ଭିଡିଓକୁ ଇରାନ ସରକାର ସେନସର ଲଗାଇଛନ୍ତି ।
Comments are closed.