Latest Odisha News

କଟକଣା ହଟିବା ପରେ ବି ବିଧାୟକଙ୍କ ପାଇଁ ଭିଡିଓ କନଫରେନସିଂ ବ୍ୟବସ୍ଥା?

ଭୁବନେଶ୍ୱର: ରାଜ୍ୟ ସରକାର କରୋନା ସଂପର୍କିତ ସମସ୍ତ କଟକଣା ପ୍ରତ୍ୟାହାର କରିଛନ୍ତି। ଏହାର ଅର୍ଥ ମାସ୍କ ନପିନ୍ଧିଲେ କିମ୍ବା ସାମାଜିକ ଦୂରତା ନରଖିଲେ କୌଣସି ପ୍ରକାର ଜୋରିମାନା ରହିବ ନାହିଁ। ଏହାପରେ ବିଧାନସଭାରୁ ମଧ୍ୟ କରୋନା କଟକଣା ହଟିଛି। କିନ୍ତୁ ବିଧାନସଭାରେ ଉପସ୍ଥିତ ରହିବାକୁ ଭିଡିଓ କନଫରେନସିଂ ବ୍ୟବସ୍ଥା ରହିଛି। ଯାହାକୁ ନେଇ ବିରୋଧୀ ବିଜେପି ଆପତ୍ତି ଉଠାଇଛି। ଏପରି କରି ମୁଖ୍ଯମନ୍ତ୍ରୀ କିଭଳି ବିଧାନସଭା ନଆସିବେ ସେ ନେଇ ବ୍ୟବସ୍ଥା ହୋଇଛି ବୋଲି ବିଜେପି କହିଛି।

ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି, ଆସନ୍ତା ୨୪ରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବ। ଏହାପୂର୍ବରୁ ବିଧାନସଭାରୁ କୋଭିଡ କଟକଣା ହଟାଯାଇଛି। ତେଣୁ ପୂର୍ବପରି ବିଧାନସଭା ସ୍ବାଭାବିକ ରହିବ। ବିଧାୟକ ମାନେ ନିଜ ନିଜ ଆସନରେ ବସିବେ। ଲିଖିତ ଭାବେ ବିଧାୟକ ମାନେ ଜଣାଇଲେ ସେମାନଙ୍କୁ ଭିଡିଓ କନଫରେନସ ମାଧ୍ୟମରେ ବିଧାନସଭାରେ ଯୋଗ ଦେଇପାରିବେ। ସକାଳ ସାଢେ ୧୦ରୁ ଅପରାହ୍ନ ୧ଟା ୩୦ ଏବଂ ଅପରାହ୍ନ ଅଧିବେଶନରେ ୪ଟା ରୁ ୭ ପର୍ଯ୍ୟନ୍ତ ବିଧାନସଭା ଚାଲିବ। ପ୍ରେସ ଗ୍ୟାଲେରୀରେ ମିଡିଆଙ୍କୁ ଅନୁମତି ମିଳିବ।

ତେବେ ବିରୋଧୀ ବିଜେପି ବିଧାନସଭାରେ ଭିଡିଓ କନଫରେସିଂ ବ୍ୟବସ୍ଥାକୁ ନାପସନ୍ଦ କରିଛି। ବିଧାୟକମାନେ ଗୃହରେ ବିଧାନସଭାର ଗାରିମା ରକ୍ଷା କରିବା ପାଇଁ ବିଧାନସଭାରେ ଆସିବା ବରିବା ଦରକାର। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ କିପରି ବିଧାନସଭା ନ ଆସିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଉଛି । ତେଣୁ ବିଜେପି ଏହାକୁ ବିରୋଧ କରୁଛି।

Leave A Reply

Your email address will not be published.