Latest Odisha News

BREAKING NEWS

ଜୁଲାଇ ୨୧ରୁ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ଖାତାଦେଖା ଆରମ୍ଭ

କଟକ: ରାଜ୍ୟରେ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ଜୁଲାଇ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।

ସେହି ସମାନ ଦିନ ଓଡିଶା ମୁକ୍ତ ବିଦ୍ୟାଳୟର ସପ୍ଲିମେଣ୍ଟାରୀ ଖାତା ମଧ୍ୟ ମୂଲ୍ୟାଙ୍କନ କରାଯିବ । ଏହି ଖାତା ଦେଖା ପ୍ରକ୍ରିୟା ଜୁଲାଇ ୨୩ ତାରିଖ ଯାଏଁ ଜାରି ରହିବ ।

ଏହି ମ୍ୟାଟ୍ରିକ୍ ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ପ୍ରାୟ ୧୨ କେନ୍ଦ୍ରରେ ହେବ ଏବଂ ସେଥିମଧ୍ୟରେ ୮ଟି ସେଣ୍ଟରରେ ଓଡିଶା ମୁକ୍ତ ବିଦ୍ୟାଳୟର ପରୀକ୍ଷା ଖାତା ମୂଲ୍ୟାଙ୍କନ କରାଯିବ ।

ସୂଚନାଯୋଗ୍ୟ, ରାଜ୍ୟରେ ଉଭୟ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୮ ତାରିଖରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ସାରା ରାଜ୍ୟରେ ପ୍ରାୟ ୧୨୨ଟି କେନ୍ଦ୍ରରେ ପାଖାପାଖି ୨୭ ହଜାର ୬୧୭ ଜଣ ଛାତ୍ରଛାତ୍ରୀ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବାବେଳେ ପ୍ରାୟ ୫୫ଟି କେନ୍ଦ୍ରରେ ଓଡିଶା ମୁକ୍ତ ବିଦ୍ୟାଳୟର ୯୦୩୩ ଜଣ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ ।

Leave A Reply

Your email address will not be published.