Latest Odisha News

BREAKING NEWS

ଭାରତୀୟ ବଜାରରେ ପ୍ରଥମ ଇଥାନଲ୍ ବାଇକ୍

ନୂଆଦିଲ୍ଲୀ: ବାଇକ ଚାଳକଙ୍କ ପାଇଁ ଖୁସି ଖବର । ଭାରତର ଅଗ୍ରଣୀ ଦୁଇ ଚକିଆ ଗାଡି ନିର୍ମାତା ଟିଭିଏସ କମ୍ପାନୀ ବଜାରକୁ ପ୍ରବେଶ କରାଇଛି ଦେଶର ପ୍ରଥମ ଇଥାନଲ ବାଇକ୍ । ପେଟ୍ରୋଲ୍ ଓ ଡିଜେଲ ପରିବର୍ତ୍ତେ ଇଥାନଲରେ ଚାଲିବ ଏହି ବାଇକ । ଏହାର ପ୍ରଦୂଷଣର ମାତ୍ରା ମଧ୍ୟ ପେଟ୍ରୋଲ ଓ ଡିଜେଲ ତୁଳନାରେ କମ ରହିବ ।

ଆପାଚି ଆରଟିଆର ମଡେଲର ୨୦୦ ସିସିର ଏହି ଇଥାନଲ୍ ଚାଳିତ ବାଇକ୍ ବଜାରକୁ ଆସିଛି। ଏଫଆଇ ମଡେଲର ଏହି ଗାଡ଼ିର ବଜାର ମୂଲ୍ୟ ରହିଛି ୧ ଲକ୍ଷ ୨୦ ହଜାର ଟଙ୍କା ।

ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସରକାର ସବୁଜ ପରିବେଶକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହାସହ ବଢ଼ୁଥିବା ପେଟ୍ରୋଲ ଓ ଡିଜେଲ ଦରକୁ ଦେଖି ସରକାର ବ୍ୟାଟେରୀ ଚାଳିତ ଓ ଇଥାନଲ ଚାଳିତ ଗାଡ଼ି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ନିକଟରେ କେନ୍ଦ୍ର ସରକାର ଆଗତ କରିଥିବା ବଜେଟରେ ମଧ୍ୟ ବ୍ୟାଟେରୀଚାଳିତ ଗାଡ଼ି କିଣିଲେ ଋଣରେ ସୁଧ ହାର କମ୍ ପଡ଼ିବ ବୋଲି ଘୋଷଣା କରିଛନ୍ତି ।

ପେଟ୍ରୋଲ୍ ଓ ଡିଜେଲ ଉତ୍ପାଦନ ପାଇଁ ବାହାର ଦେଶର ଅଶୋଧିତ ତେଲ ଉପରେ ଆମକୁ ନିର୍ଭର କରିବାକୁ ପଡୁଛି। ହେଲେ ଇଥାନଲ୍ ଧାନ ନଡ଼ାରୁ ପ୍ରସ୍ତୁତ ହୋଇଥାଏ। ଆମ ଦେଶ କୃଷିପ୍ରଧାନ ହୋଇଥିବାରୁ ନଡାର ଅଭାବ ନାହିଁ। ତେଣୁ ଇଥାନଲର ବ୍ୟବହାର ବଢ଼ିଲେ ଦେଶର ଚାଷୀ ମଧ୍ୟ ବଳକା ନଡ଼ାକୁ ବିକ୍ରି କରି ଭଲ ରୋଜଗାର କରିପାରିବ। ଦେଶର ଅର୍ଥନୀତି ଅଭିବୃଦ୍ଧିରେ ମଧ୍ୟ ଏହା ବେଶ ସହାୟକ ହେବ ।

ଇଥାନଲ୍‌ର ଲିଟର ପିଛା ଦାମ୍ ପେଟ୍ରୋଲଠାରୁ ପାଖାପାଖି ୧୫ ଟଙ୍କା କମ୍ ରହିବ।

Leave A Reply

Your email address will not be published.