ଭୁବନେଶ୍ୱର : ଜଗନ୍ନାଥ ଏକ୍ସପ୍ରେସ ବ୍ୟତୀତ ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ । ଏନେଇ ଓଡ଼ିଶା ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ଜଗନ୍ନାଥ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶାରେ ଖୁବଶୀଘ୍ର ଗଡିବ ଜଗନ୍ନାଥ ଏକ୍ସପ୍ରେସ । ରଥଯାତ୍ରା ସମୟରେ ଜଗନ୍ନାଥ ଏକ୍ସପ୍ରେସ ଯାତାୟତ ଆରମ୍ଭ ହେବ । ଭାରତ ଗୌରବ ଟ୍ରେନ ମଧ୍ୟରେ ରହିବ ଜଗନ୍ନାଥ ଏକ୍ସପ୍ରେସ ।
ରଥଯାତ୍ରା ବେଳେ ସାରା ଦେଶ ତଥା ଦେଶ ବାହାରୁ ଅନେକ ଭକ୍ତ ଜଗନ୍ନାଥଧାମ ପୁରୀକୁ ଆସନ୍ତି । ପ୍ରୋଜେକ୍ଟ ଭାରତ ଗୌରବ ଅନ୍ତର୍ଗତେ ରାମାୟଣ ଏକ୍ସପ୍ରେସ ଚଳାଚଳ କରୁଛି । ଏବେ ଏହି ପ୍ରୋଜେକ୍ଟରେ ଜଗନ୍ନାଥ ଏକ୍ସପ୍ରେସ ସାମିଲ ହେବ । ଏହି ପ୍ରୋଜେକ୍ଟ ମାଧ୍ୟମରେ ଯାତ୍ରୀ ତଥା ଜଗନ୍ନାଥପ୍ରେମୀଙ୍କୁ ଜଗନ୍ନାଥ ସଂସ୍କୃତି, ଖାଦ୍ୟ ଓ ଭାଷା ସମ୍ପର୍କରେ ଅବଗତ କରାଯିବ। ମେଟ୍ରୋ ଟ୍ରେନ ପ୍ରୋଜେକ୍ଟ ସମ୍ପର୍କରେ ସେ କହିଛନ୍ତିଯେ, ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତାବ ମିଳିଲେ କେନ୍ଦ୍ର ସରକାର ଏନେଇ ଚିନ୍ତା କରିବେ ।
ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ରେଳମନ୍ତ୍ରୀ । ଏବେ ବି ଓଡ଼ିଶାରେ ୪ଟି ରେଳ ଷ୍ଟେସନର ଉନ୍ନୟନ କାର୍ଯ୍ୟ ଜାରି ରହିଥିବାବେଳେ ୩୨ଟି ଷ୍ଟେସନର କାର୍ଯ୍ୟ ଶେଷ ହୋଇଛି । ଭୁବନେଶ୍ୱର ଓ ପୁରୀ ଷ୍ଟେସନର ବିକାଶଧାରା ଜାରି ରହିଛି ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।
BREAKING NEWS
- ବରିଷ୍ଠ ସାମ୍ବାଦିକ ଅଜିତ କୁମାର ଦାଶଙ୍କ ମାତୃ ବିୟୋଗ
- ବାଲେଶ୍ବରର ୫ ବ୍ଲକ ବନ୍ୟା ପ୍ରଭାବିତ: ଏସଆରସି
- ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରୀ ଅସଦାଚରଣ ଘଟଣା; ଆସୋସିଏଟ ପ୍ରଫେସର ନିଲମ୍ବିତ, ରିପୋର୍ଟ ମାଗିଲେ କୁଳାଧିପତି
- ସ୍ବଚ୍ଛ ରହିବା ପାଇଁ ନ ଗାଧୋଇ ଗଙ୍ଗା ଜଳ ଛିଞ୍ଚି ହେଉଥିଲେ, ଡିଭୋର୍ସ ଦେଲେ…
- ପ୍ରଥମ ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ଜିତିଲେ ୱେଟଲିଫ୍ଟର ସ୍ୱୟମଜିତ
- ୱାଟକୋର ଏମଡି ହେଲେ ଗୁରୁ ଚରଣ ଦାସ
- ଲେବାନନରେ ପେଜର ପରେ ଏବେ ୱାକି ଟକିରେ ବିସ୍ଫୋରଣ
- ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ପୁଣି ତତ୍ପରତା
- ପୁଅକୁ ଧରି ପୁରନ୍ତା ନଦୀକୁ ଡେଇଁଲା ମା’
- ଯବାନଙ୍କ ଗୁଳିରେ ୨ ଯବାନ ମୃତ, ଜଣେ ଗୁରୁତର
Comments are closed.