Latest Odisha News

BREAKING NEWS

ପାଇକମାଳରେ ମାଓ ପୋଷ୍ଟର: ଭୟଭୀତ ନହେବାକୁ ବରଗଡ଼ ଏସପିଙ୍କ ଆଶ୍ୱାସନା

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ପ୍ରଚାର। ସେପଟେ ପଦ୍ମପୁର ପାଇକମାଳ ରାସ୍ତାରେ ଲାଗିଛି ମାଓ ପୋଷ୍ଟର । ପଦ୍ମପୁରରେ ଭୋଟରଙ୍କୁ ଧମକକୁ ପୋଷ୍ଟରରେ ବିରୋଧ କରାଯାଇଛି । ସରକାରୀ ନେତା ଓ ମନ୍ତ୍ରୀ ଭୋଟରଙ୍କୁ ଧମକାଇବା ବନ୍ଦ କରନ୍ତୁ ନୋଚେତ କଡ଼ା ଜବାବ ଦିଆଯିବ ବୋଲି ଏଥିରେ ଉଲ୍ଲେଖ ରହିଛି । ମାଓ ପୋଷ୍ଟରକୁ ଦେଖି ଲୋକେ ବି ଭୟଭୀତ ଥିବାରୁ ବରଗଡ ଏସପି ପରମାର ସ୍ମିତ ଲୋକଙ୍କୁ ଆଶ୍ୱସ୍ତ କରାଇଛନ୍ତି ।

ଗତ ଦୁଇଦିନ ତଳେ ପାଇକମାଳ ଖପ୍ରାଖୋଲ ସୀମାନ୍ତରେ ସୁରକ୍ଷା ବାହିନୀଙ୍କ ଗୁଳିମାଡରେ ଦୁଇ ମାଓବାଦୀ ନିହତ ହୋଇଥିଲେ । ଏହାପରଠୁ ଏଅଞ୍ଚଳରେ ମାଓବାଦୀ ସକ୍ରିୟ ହୋଇପଡିଥିବା ଜଣାପଡ଼ିଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ମାଓ ପୋଷ୍ଟର ନେତା ଓ ମନ୍ତ୍ରୀଙ୍କ ନିଦ ହଜେଇଛି ।

ବରଗଡ଼ ଏସପିଙ୍କ ସୂଚନା ଅନୁସାରେ, କିଏ ଓ କାହିଁକି ଏପରି ପୋଷ୍ଟର ଲଗାଇଛି ତାହାର ଉଚ୍ଚ ସ୍ତରୀୟ ତଦନ୍ତ ଚାଲିଛି । ଉପନିର୍ବାଚନ ପାଇଁ ଭୟ ନକରିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି । ପୋଷ୍ଟର ମିଳିବା ପରେ ପଦ୍ମପୁର ଅଞ୍ଚଳରେ ସୁରକ୍ଷା ବଢାଇ ଦିଆଯାଇଛି । ୯ କମ୍ପାନୀ ବିଏସଏଫ୍ ଓ ସିଆରପିଏଫ୍ ମୁତୟନ କରାଯାଇଥିବା ବେଳେ ୫ କମ୍ପାନୀ ଫୋର୍ସ ଜଙ୍ଗଲ ଭିତରେ କମ୍ବି ଅପରେସନରେ ଲାଗିଛନ୍ତି । ନିର୍ଭୟରେ ମତଦାନ କରିବାକୁ ପଦ୍ମପୁରବାସୀଙ୍କୁ ବରଗଡ଼ ଏସପି ପରମାର ସ୍ମିତ ଗଣମାଧ୍ୟମ ଜରିଆରେ ଆଶ୍ୱସନା ଦେଇଛନ୍ତି ।

Leave A Reply

Your email address will not be published.