Latest Odisha News

BREAKING NEWS

ବିବେକ ନିର୍ମାଣ କରିବେ ଦି କଶ୍ମୀର ଫାଇଲ୍ସ ଅନରିପୋର୍ଟେଡ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ବିବାଦ ଥମିବାରେ ନାଁ ଧରୁନି । ଗୋଆରେ ଅର୍ଗାନାଇଜ ଆଇଏଫଏଫଆଇ ୨୦୨୨ର ଇଭେଂଟରେ ସାମିଲ ହୋଇଥିବା ଇସ୍ରାଏଲ ଜୁରୀ ଏହି ଫିଲ୍ମକୁ ଭଲଗାର ଓ ପ୍ରୋପାଗଣ୍ଡା ବୋଲି କହିଥିଲେ । ଯାହାକୁ ନେଇ ବିବେକ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ସେ କହିଥିଲେ ଯଦି ଫିଲ୍ମର କୌଣସି ଦୃଶ୍ୟ ମିଥ୍ୟା ପ୍ରମାଣିତ ହୁଏ ତାହାହେଲେ ଫିଲ୍ମ କରିବା ଛାଡିଦେବି । ବୁଧବାର ବିବେକ ଏକ ବଡ ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ସେ ଦି କଶ୍ମୀର ଫାଇଲ୍ସର ପରବର୍ତୀ ଭାଗ ଦି କଶ୍ମୀର ଫାଇଲ୍ସ ଅନରିପୋର୍ଟେଡର ନିର୍ମାଣ ଖୁବଶୀଘ୍ର ଆରମ୍ଭ କରିବେ ।

ଇସ୍ରାଏଲ ସମୀକ୍ଷକଙ୍କ ମତକୁ ନେଇ ଫିଲ୍ମ ପ୍ରଶଂସକ ଦୁଇ ଭାଗରେ ବିଭକ୍ତ ହୋଇଯାଇଛନ୍ତି । ସୂଚନାଯୋଗ୍ୟ, ୯୦ ଦଶକରେ କଶ୍ମୀର ଉପରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ବିବେକ ଫିଲ୍ମ ନିର୍ମାଣ କରିଥିଲେ । ଯାହାକି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।

Leave A Reply

Your email address will not be published.