Latest Odisha News

BREAKING NEWS

ଡିସେମ୍ବର ୨୦ ଯାଏ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ଲୋୟର ପିଏମଜିରୁ ହଟିବେ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକ ସଂଘ । ଡିସେମ୍ବର ୨୦ ତାରିଖ ଯାଏ ଆନ୍ଦୋଳନ ସ୍ଥଗିତ ପାଇଁ ପ୍ରାଥମିକ ଶିକ୍ଷକ ସଂଘ ନିଷ୍ପତ୍ତି ନେଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ପରେ ଆନ୍ଦୋଳନ ସ୍ଥଗିତ ନେଇ ସଂଘ ନିଷ୍ପତ୍ତି ନେଇଛି । ୨୭ ତାରିଖ ରବିବାର ଠାରୁ ଲୋୟର ପିଏମଜିରେ ହଜାର ହଜାର ଶିକ୍ଷକ ଧାରଣା ଦେଇଥିଲେ । ମଙ୍ଗଳବାର ମୁଖ୍ୟ ଶାସନ ସଚିବଙ୍କ ସହ ସଂଘର ଆଲୋଚନା ସଫଳ ହୋଇ ନଥିଲା ।

ପ୍ରାଥମିକ ଶିକ୍ଷକଙ୍କ ସମସ୍ୟା ସମାଧାନ ପାଇଁ ସ୍ୱତନ୍ତ୍ର କମିଟି ଗଠନ ନେଇ ଆଜି ନିଷ୍ପତ୍ତି ହୋଇଥିଲା । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଉନ୍ନୟନ କମିଶନର, ଅର୍ଥ ସଚିବ ଓ ଗଣଶିକ୍ଷା ସଚିବ ସଦସ୍ୟ ଅଛନ୍ତି । ଡିସେମ୍ବର ୧୬ରୁ ୨୦ ମଧ୍ୟରେ ଦାବି ନେଇ ଆଲୋଚନା ପରେ କମିଟି ନିଷ୍ପତ୍ତି ନେବ । ଆଜି ଉକ୍ତ କମିଟି ସହ ଶିକ୍ଷକ ସଂଘର ନେତା ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି ।

Leave A Reply

Your email address will not be published.