Latest Odisha News

ଚିକେନ୍‌ ପିଠା

ସମସ୍ତଙ୍କ ଘରେ ଅନେକ ପ୍ରକାର ପିଠା ହୋଇଥାଏ । କିନ୍ତୁ ଆପଣ କେବେ କ’ଣ ଚିକେନ୍‌ ପିଠା ଘରେ ବନେଇଛନ୍ତି କି ? ଯଦି ନାଁ ତେବେ ଜାଣି ରଖନ୍ତୁ ଏହାକୁ ବନେଇବାର ବିଧି
ଆବଶ୍ୟକ ସମାଗ୍ରୀ

ଚିକେନ ପିଠା ପାଇଁ ଆପଣଙ୍କୁ ଚିକେନ୍‌, ଚାଉଳ ବଟା, ଅଦା ବଟା, ରସୁଣ ବଟା, ଲଙ୍କା ଗୁଣ୍ଡ, ଲୁଣ, ତେଲ, ପିଆଜ ବଟା, ହଳଦୀ ଦରକାର ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିକେନ୍‌କୁ ଧୋଇଦେଇ ପୂରା ଛୋଟ ଛୋଟ କରି କାଟି ଏକ ପାତ୍ରରେ ରଖନ୍ତୁ। ଏହାପରେ ସେଥିରେ ଅଳ୍ପ ଚାଉଳ ବଟା, ଅଦା ବଟା, ରସୁଣ ବଟା, ଲଙ୍କା ଗୁଣ୍ଡ, ଲୁଣ, ତେଲ, ପିଆଜ ବଟା, ହଳଦୀ ପକାନ୍ତୁ। ତା’ପରେ ଭଲ ଭାବେ ତାକୁ ଗୋଳାଇ ଦେଇ କିଛି ସମୟ ରଖିଦିଅନ୍ତୁ।

ଏହାପରେ ଚୁଲିରେ ଏକ ତାୱା ବସାଇ ତେଲ ପକାନ୍ତୁ । ତେଲ ଗରମ ହୋଇଯିବା ପରେ ମାରିନେଟ୍‌ ହୋଇ ରହିଥିବା ଚିକେନ୍‌କୁ ସେଥିରେ ପିଠା ଭଳି ଦେଇ ଏପଟ ସେପଟ କରି ଲେଉଟାଇ ଦିଅନ୍ତୁ। ସିଝିବା ପର‌୍ୟ୍ୟନ୍ତ ଏକ ଢାଙ୍କୁଣି ଘୋଡ଼େଇ ରଖନ୍ତୁ। କିଛି ସମୟ ପରେ ଏହାକୁ ଚୁଲିରୁ ଉଠାଇ ଆଣନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଚିକେନ୍‌ ପିଠା ।

Comments are closed.