Latest Odisha News

ରାଜ୍ୟପାଳଙ୍କ ଦ୍ୱାରା ‘ଓଡ଼ିଆ ସାହିତ୍ୟରେ ଆଧୁନିକତାର ଦିଗ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର : ଏଥେନା ବୁକ୍ସ ଆନୁକୁଲ୍ୟରେ ପ୍ରକାଶିତ ବିଶିଷ୍ଟ ସମାଲୋଚକ ପ୍ରଦୀପ କୁମାର ସ୍ୱାଇଁଙ୍କ ‘ଓଡ଼ିଆ ସାହିତ୍ୟରେ ଆଧୁନିକତାର ଦିଗ’ ପୁସ୍ତକ ରାଜ ଭବନ ପରିସରରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଲେଖକ ଶ୍ରୀ ସ୍ୱାଇଁ, ପ୍ରକାଶକ ତଥା ଲେଖକ ରାଜ କିଶୋର ଦାସ , ଲେଖିକା କନକ ମଞ୍ଜରୀ ପଟ୍ଟନାୟକ ଏବଂ କବି ରକ୍ଷକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଉନ୍ମୋଚିତ ପୁସ୍ତକ ପାଇଁ ଲେଖକ ଶ୍ରୀ ସ୍ୱାଇଁଙ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇବା ସହ ଆଲୋଚନା ଓ ସମାଲୋଚନା ହିଁ କୌଣସି ଭାଷାର ସାହିତ୍ୟକୁ ଅଧିକ ବଳିଷ୍ଠ କରେ ବୋଲି ମତ ପ୍ରକାଶ କରିଥିଲେ ଏବଂ ପୁସ୍ତକର ପାଠକୀୟ ଆଦୃତି ପାଇଁ ଶୁଭକାମନା ଜଣାଇଥିଲେ।

Comments are closed.